୧୯୮୭ରେ ନନ୍ଦନକାନନରେ ଜନ୍ମ ନେଇଥିଲା ନନ୍ଦ ହାତୀ । ମାହୁନ୍ତକୁ କଚାଡି ମାରିବା ପରେ ନନ୍ଦକୁ କୁଂକି ଟ୍ରେନିଂ ଦେବା ପାଇଁ ନନ୍ଦନକାନନରୁ ଗୋଡିବାରୀ ଅଭୟାରଣ୍ୟକୁ ଅଣାଗଲା। ସେଠାରେ ତାକୁ ଟ୍ରେନିଂ ଦିଆଯିବା ସହ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ କଡ଼ିରେ ବନ୍ଧା ହୋଇ ରଖାଗଲା।୨୦ଦିନ ପୂର୍ବେ ନନ୍ଦକୁ କୁମାରଖୁଣ୍ଟିଠାରେ ଥିବା Elephant Rescue centreକୁ ନେବାକୁ ଦୁଇ ଦୁଇ ଥର ଟ୍ରାଙ୍କୁଲାଇଜ କରାଯାଇଥିଲା। ହେଲେ ସେଠାକୁ ନେଇ ପାରିଲା ନାହିଁ ବନ ବିଭାଗ । ତେବେ ୧୦ ବର୍ଷ କାଳ ଆସାମର ଏକ ସଂସ୍ଥାକୁ କୁକିଂ ଟ୍ରେନିଂ ଦେବା ଦାୟିତ୍ବ ଦିଆଯାଇଥିବା ବେଳେ ନା ହାତୀ ସମ୍ପୁର୍ଣ୍ଣ ଟ୍ରେଣ୍ଡ ହୋଇ ପାରିଲା ନା ତା ଗୋଡ଼ରୁ ଶିକୁଳି ଖୋଲା ହେଲା । ଏବେ ଅସ୍ବାଭିକ ପରିସ୍ଥିତିରେ ନନ୍ଦ ହାତୀ ମୃତ୍ୟୁ ଯୋଗୁଁ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।
ଗତ ୪ ଦଶନ୍ଧି ଭିତରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା ବଦଳରେ କମିବାରେ ଲାଗିଛି। ସରକାରୀ ତଥ୍ୟ କହୁଛି ୨୦୧୦ ରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ମୋଟ ୮୪୩ ଟି ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ୧୩୫, ଟ୍ରେନ ଧକ୍କାରେ ୩୧ଟି ଓ ଦାନ୍ତ ପାଇଁ ଶିକାର ଯୋଗୁଁ ୮୬ ଟି ହାତୀର ମୃତ୍ୟୁ ହୋଇଛି । ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ବନ ବିଭାଗ ଓଲଟା ସହଯୋଗ କରୁଥିବା ଅଭିଯୋଗ ହୋଇଛି। ବଡ ପ୍ରଶ୍ନ, କାହିଁକି ଫାଇଲ ତଳେ ଚାପି ହୋଇ ଯାଉଛି ହାତୀ ମୃତ୍ୟୁ ତଦନ୍ତ ରିପୋର୍ଟ ? ମୁଣ୍ଡୁଳି ଟ୍ରାଜେଡି ଓ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ କିଏ ଦାୟୀ ?
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...