ଲଙ୍କା ଚାଷ ଦେଇଛି ପରିଚୟ
ବାଲେଶ୍ଵର: ISI ଲିଙ୍କରେ ଗିରପ ହୋଇଥିବା DRDOର ଫୋଟୋଗ୍ରାଫର ଈଶ୍ୱର ବେହେରାଙ୍କୁ ବାଲେଶ୍ୱର ADJ କୋର୍ଟ ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସୂଚନା ଦେଉଥିବାର ସେ ପ୍ରମାଣିତ ହୋଇଥିଲେ।
ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ ଗ୍ରାଫର ଭାବେ କାମ କରୁଥିବା ଈଶ୍ବର ବେହେରାକୁ କ୍ରାଇମବ୍ରାଞ୍ଚ 2014 ମସିହା ଜାନୁଆରୀ ମାସରେ ଗିରଫ କରିଥିଲା । ଆଉ ସେହି ଦିନଠାରୁ ସେ ଜେଲରେ ରହିଛନ୍ତି।
ଆଇଏସଆଇ ଏଜେଣ୍ଟଙ୍କ ସହ ଈଶ୍ବର ବେହେରା ସଂପର୍କ ରଖିଥିଲେ । ଏପରିକି ବହୁ ଗୁରୁତ୍ବପୂର୍ଣ ତଥ୍ୟ ଦେବା ସହ ଆଇଏସଆଇ ଏଜେଣ୍ଟଙ୍କ ଠାରୁ ଟଙ୍କା ନେଇଥିବାର ପ୍ରମାଣ ପୋଲିସକୁ ମିଳିଥିଲା । ଏହି ମାମଲାରେ ମୋଟ 29ଜଣଙ୍କ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା।