ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ଦାବି ପୂରଣ କରାନଯାଏ ତେବେ କର୍ମଚାରୀ ମାନେ ଆସନ୍ତା ଡିସେମ୍ବର 14 ରୁ ଅସହଯୋଗ ଆନ୍ଦୋଳନ ଏବଂ 21 ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଓଡିଶା ରାଜ୍ୟ ମିଳିତ ମହାସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି ।
ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଙ୍କ କ୍ୟାଡର ପୁନ୍ନର୍ଗଠନ କରି ଅତି କମରେ 4ଟି ପଦୋନ୍ନତି 4200/4600/4800 ଗ୍ରେଡ଼ପେ, ଦୀର୍ଘ ୧୫-୨୦ ବର୍ଷ ଧରି ଚାକିରି କରିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମୀଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଓ ପଦବୀ ର ନାମ ପରିବର୍ତନ ଏବଂ ପୋଷାକ ଭତା, କେବିକେ ଭତା ପ୍ରଦାନ ଆଦି ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି। ପ୍ରତ୍ୟେକ ସରକାରୀ କର୍ମଚାରୀ ଚାକିରୀ କାଳ ମଧ୍ୟରେ 4 ରୁ 8 ଟି ପଦନ୍ନୀତି ପାଉଥିବାବେଳେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମାନେ ଗୋଟିଏ ପଦନ୍ନୀତି ପାଇଛନ୍ତି । ଅନେକ କର୍ମୀ ତାହା ମଧ୍ୟ ପାଇନଥିବାରୁ ମହାସଂଘ କ୍ଷୋଭ ପ୍ରକାଶ କରିଛି |