ହେଲେ ପରିବର୍ତ୍ତି ସମୟରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହସ୍ତକ୍ଷେପ ଏବଂ ମିଲରମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ସେମାନେ ନିଜର ସ୍ବାର୍ଥ ହାସଲ ପାଇଁ ନିଜର ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଏଥିରେ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି।
ତେଣୁ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। ଏହା ତୁରନ୍ତ ନହେଲେ ଜିଲ୍ଲାର ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିତ। ତେଣୁ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସମବାୟ ସମିତିର ସଭାପତିମାନେ ଦାବି କରିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ