ଟାଙ୍ଗୀ ଥାନା ପାରିଓରଡ ପଞ୍ଚାୟତ ଲକ୍ଷ୍ମୀଧରପୁର ଗ୍ରାମର ପ୍ରମିଳା ଦେଇ ନାମକ ଜଣେ ମହିଳା ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଣ କରି ଘରକୁ ଫେରୁଥିଲେ ବେଳେ ଏହି ଘଟନା ଘଟିଛି। ଲୁଟେରା ଜଣକ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳର ବାଳକୃଷ୍ଣ ପ୍ରଧାନ । ଟାଙ୍ଗୀ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ମହିଳାଙ୍କ ଠାରୁ ଟଙ୍କା ଝାମ୍ପିବା ପଡ଼ିଲା ମହଙ୍ଗା, ଛେଚା ଖାଇଲେ ଯୁବକ

ଖୋର୍ଦ୍ଧା : ମହିଳାଙ୍କ ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ। ଲୁଟେରା କୁ ବାନ୍ଧି ବୁହାଏ ଛେଚିଲେ ଲୋକେ। ଜଣେ ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇ ଲୁଟେରା ' ଛୁ ' ମାରୁଥିବା ବେଳେ ମହିଳା ଜଣକ ଲୁଟେରାକୁ ଜାବୁଡି ଚୋର- ଧର-ଧର ବୋଲି ପାଟି କରିବାରୁ ଲୋକମାନେ ରୁଣ୍ଡ ହୋଇ ଯାଇଥିଲେ । ପରେ ଲୁଟେରାକୁ ଧରି ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ପରେ ଟାଙ୍ଗୀ ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଏରିଆ ଚଣ୍ଡେଶ୍ୱର ଛକ ନିକଟରେ ଘଟିଛି।
Download Argus News App
