ସେପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ଅଭିଯୋଗ ମାମଲାରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ବର୍ଷାଙ୍କ ଓକିଲ। ସେ କହିଛନ୍ତି ଏହା ଏକ ବୃଥାହୀନ ଅଭିଯୋଗ। ଏଥିରେ କିଛିବି ସତ୍ୟତା ନାହିଁ। ଆମ ପାଖରେ ଯାହାବି ତଥ୍ୟ ରହିଛି ସେସବୁ ଆମେ ଥାନ ଅଧିକାରୀଙ୍କୁ ପ୍ରଦାନ କରିବୁ। କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି ବର୍ଷାଙ୍କୁ ଫସେଇବାକୁ ଛାହୁଛନ୍ତି। ଗୋଟିଏ ଅଜଣା ବ୍ୟାଙ୍କ ଆକାଉଣ୍ଟରୁ 30 ହଜାର ଟଙ୍କା ବର୍ଷାଙ୍କ ଆକାଉଣ୍ଟକୁ ଆସିଥିଲା କିନ୍ତୁ ଆମେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରି ତାକୁ ଫେରାଇ ଦେଇଛୁ।ଯେଉଁ ମହିଳା ଜଣଙ୍କ ବର୍ଷାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ନା ତାଙ୍କର ବର୍ଷାଙ୍କ ସହ କିଛି ପରିଚୟ ଅଛି ନା ସମ୍ପର୍କ। ଏହି ଘଟଣା ପଛରେ କିଛି କୁଚକ୍ରାନ୍ତକାରି ବ୍ୟକ୍ତିଙ୍କର ହାତ ରହିଛି।ସେମାନେ ସାମ୍ନାକୁ ଆସିବା ଦରକାର ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।

କଟକ: ବର୍ଷା ପ୍ରିୟଦର୍ଶିନୀଙ୍କ ନାରେ ମିଥ୍ୟା ଅଭିଯୋଗ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ବର୍ଷା। ଠକେଇ ଅଭିଯୋଗରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା ପ୍ରସଙ୍ଗ । ମୋ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ନାହିଁ କହିଲେ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ନିଜ ଜବାବ ରଖିଲେ ବର୍ଷା ପ୍ରିୟଦର୍ଶିନୀ । କୌଣସି ସତ୍ୟତା ନ ଥାଇ ଯେପରି ଖବର ପରିବେଷଣ କରାଯାଉଛି, ତାହା ଦୁର୍ଭାଗ୍ୟଜନକ'। `2020ରୁ ପରୋକ୍ଷ, ପ୍ରତ୍ୟକ୍ଷରେ ମିଥ୍ୟା ଅଭିଯୋଗ ଆଣି ମୋତେ ଦାବି ଦେବାକୁ ପ୍ରୟାସ କରାଯାଉଛି'। ଅଭିନେତ୍ରୀ ବର୍ଷାଙ୍କ ନାଁରେ ସୁନା ଦୋକାନରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ ହୋଇଛି। ଚାକିରି କରାଇ ଦେବାକୁ କହି ବର୍ଷା 30 ହଜାର ଟଙ୍କା ଠକିଥିବା ଅଭିଯୋଗ କରି ଭୁବନେଶ୍ବର ସହିଦନଗର ଥାନାରେ ମାମଲା ରୁଜୁ କରିଛନ୍ତି ସତ୍ୟନଗରର ଜଣେ ମହିଳା।
