ଶସ୍ତାରେ କିଣୁ କିଣୁ ମହଙ୍ଗା ପଡିଲା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: OLX ରେ ଶସ୍ତାରେ ମୋବାଇଲ କିଣିବା ପଡିଲା ମହଙ୍ଗା । ସାଇବର ଠକ ଦ୍ବାରା ଠକାମୀର ଶିକାର ହେଲେ ଦୁଇ ଭାଇ । olx ରେ ଓପୋ ମୋବାଇଲ ଦେଖି ଅର୍ଡର କରିଥିଲେ । 52 ହଜାର 500 ର ଫୋନ 32 ହଜାର 500 ରେ ବିକ୍ରି ପାଇଁ ଅର୍ଡର ଦିଆଯାଇଥିଲା । 1 ଲକ୍ଷ 20 ହଜାର ଠକେଇ କରିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଅଭିଯୁକ୍ତ ସିଦ୍ଧାର୍ଥ ପାଣିଗ୍ରାହୀକୁ ଗିରଫ କରିଛି ସାଇବର ଥାନା ପୋଲିସ । କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛି ଅଭିଯୁକ୍ତ ସିଦ୍ଧାର୍ଥ । ଅଭିଯୁକ୍ତ ଠାରୁ 70 ହଜାର ଟଙ୍କା ଜବତ କଲା ପୋଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
Download Argus News App
