ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଳଡ଼ିହା ଅଭୟାରଣ୍ୟରେ ମହାବଳ ବାଘ ଥିବା ସନ୍ଦେହ କରାଯାଇଛି । ଜଙ୍ଗଲ ଭିତରୁ ମିଳିଥିବା ମହାବଳ ବାଘର ପାଦ ଚିହ୍ନକୁ ନେଇ ଏବେ ଚର୍ଚ୍ଚା ଜୋରଦାର ହୋଇଛି । ତେବେ ଏହି ପାଦ ଚିହ୍ନର ଓସାର ସାଢେ ୭ ଇଞ୍ଚ ଓ ଗଭୀର ଦେଢ ଇଞ୍ଚ ହୋଇଥିବାରୁ ଏହା ଅଣ୍ଡିରା ମହାବଳ ବାଘ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।
ତେବେ କୌଣସି ବନ ଅଧିକାରୀ କିମ୍ବା ବନ କର୍ମଚାରୀ ବାଘକୁ ଦେଖି ନଥିବା ବେଳେ ପାଦ ଚିହ୍ନର ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଜଙ୍ଗଲକୁ ଯାଇ ତଦନ୍ତ କରିଛନ୍ତି । ଅନ୍ୟପଟେ ଅଭୟାରଣ୍ୟ ଭିତରେ ଥିବା କଲରାପତରିଆ ବାଘର ପାଦ ଚିହ୍ନ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।