ହତ୍ୟା ଅଭିଯୁକ୍ତ ଖଣି ମାଫିଆ ହେଉଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଖାସ୍। ଖଣି ମାଫିଆଙ୍କୁ ଘଣ୍ଟ ଘୋଡାଉଛି ଚାନ୍ଦପୁର ପୋଲିସ। ଚାନ୍ଦପୁର ଥାନା ଆଇଆଇସିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିବେକାନନ୍ଦଙ୍କ ବାପା। ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଂଜନ ଦାସ ବିଜେଡି ଏଜେଣ୍ଟ ସାଜିଥିବା ସେ ଅଭିଯୋଗ କରିଛନ୍ତି।
ଦିଲ୍ଲୀରେ ଚାକିରି କରୁଥିଲେ ବିବେକାନନ୍ଦ। ପଂଚାୟତ ନିର୍ବାଚନ ପାଇଁ ଆସିଥିଲେ ଗାଁକୁ। ବିଜେପି ପାଇଁ ପ୍ରଚାର କଲେ, ମୋଦିଙ୍କ ପୋଷ୍ଟର ମାରିଲେ ବୋଲି ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଗଲା। ଆତ୍ମହତ୍ୟାର ରୁପ ଦେବା ପାଇଁ ଚେଷ୍ଟା କରାଗଲା।ଏବେ ପରିବାର ଲୋକଙ୍କୁ ବି ଅଭିଯୁକ୍ତମାନେ ଧମକାଉଛନ୍ତି।
ତେବେ ପ୍ରଶ୍ନ ଆକାଶିଆ ଗଛର ପତଳା ଡାଳରେ କେମିତି ଝୁଲିଲେ ବିବେକାନନ୍ଦ ? ଶରୀରରେ କେମିତି ଲାଗିଲା କ୍ଷତଚିହ୍ନ ? କାହିଁକି ପୋଲିସ ନେଉନାହିଁ ଆକସନ୍ ?ଏ