ଅଧିକ ପଢନ୍ତୁ ଓଡ଼ିଶା ଖବର
୨୦୨୧ ନଭେମ୍ବର ୧୬ ତାରିଖରେ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨୦୨୩ରେ ସରିଲା କାମ । ମାତ୍ର ମାସ କେଇଟା ଗଲାନି ଉଠିଲାଣି ପିଚୁ । ଏପରିକି ରାସ୍ତା ଉପରେ ଛିଡା ହେଲେ ଉକ୍ତ ରାସ୍ତାଟି ଫାଟିଯିବାର ଶବ୍ଦ ମଧ୍ୟ ହେଉଛି । ୪ କିଲୋମିଟର ୯ଶହ ମିଟର ରାସ୍ତାରୁ ପ୍ରାୟ ଦୁଇ କିଲୋମିଟରରୁ ଅଧିକ ରାସ୍ତାର ଅବସ୍ଥା ପୁରା ଶୋଚନୀୟ । କେଉଁଠି ପିଚୁ ଉଠିଯାଇଛି ତ ଆଉ କେଉଁଠି ରାସ୍ତା ଦବି ଯାଇ ବଡ ବଡ ଖାଲ ମାନ ସୃଷ୍ଟି ହୋଇଛି ।
ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ ରାସ୍ତା ଟଙ୍କା ଚଳୁ । ନିମ୍ନମାନର କାମ କରି ଖାଇଗଲେ ରାସ୍ତା ଟଙ୍କା । ଫଳରେ ନିର୍ମାଣ ସରୁ ସରୁ ରାସ୍ତା ଫାଟି ଆଁ କଲାଣି । ଅନ୍ୟପଟେ ଏନେଇ ମୁହଁ ଖୋଲୁନାହାନ୍ତି ବିଭାଗୀୟ ଅଧିକାରୀ । ଦୀର୍ଘଦିନ ପରେ ପକ୍କା ରାସ୍ତା ହେଲା । ମାତ୍ର ରାସ୍ତାର ଅବସ୍ଥା ଏପରି ଯେ ଏହା ମୋରମ ରାସ୍ତାଠୁ ବି ବଳିଗଲା ।