ସେଠାରୁ ବିରାଟ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ବାଇକ ରାଲି ମାଧ୍ୟମରେ ହଜାର ହଜାର କର୍ମୀ ନଡ୍ଡାଙ୍କୁ ପାଛୋଟି ଆଣିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟାଳୟରେ ଦଳ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ସିଧା ସଳଖ ଜନତା ମଇଦାନରେ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପହଞ୍ଚିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରରୁ ଆସିଥିବା ପ୍ରମୁଖ କର୍ମକର୍ତ୍ତାଙ୍କୁ ସମ୍ବୋଧିତ ଦେବେ ନଡ୍ଡା । ଏହାବାଦ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକରେ ମଧ୍ୟ ଯୋଗଦେବେ । ଯେଉଁଥିରେ ସମସ୍ତ ଜିଲ୍ଲାର ସଭାପତି,ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଉପସ୍ଥିତ ରହିବେ। ଏହା ସହ ସାଙ୍ଗଠନିକ ବୈଠକ ମଧ୍ୟ ହେବ । ରାତିରେ ପୁରୀ ଗସ୍ତରେ ଯିବା ସହ ରାତ୍ରୀ ଯାପନ କରିବେ ଜେପି ନଡ୍ଡା । ୩୦ ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙଙ୍କୁ ଦର୍ଶନ କରିବେ ।
ସେଠାରୁ ସିଧାସଳଖ ଭଦ୍ରକ ଧାମନଗର ଯିବେ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା । ଧାମନଗରରୁ ଫେରିବା ପରେ ସଂଯୁକ୍ତ ମୋର୍ଚ୍ଚା ଅର୍ଥାତ ଦଳର ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକ ମଧ୍ୟ ଜନତା ମଇଦାନରେ ହେବ।
ରାଜନୀତି ଖବର ଆହୁରି ପଢନ୍ତୁ ।