ସେ ଆହୁରି କହିଛନ୍ତି, ଭାରତର ସଂସ୍କୃତିର ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ। ପ୍ରକଳ୍ପ ଅଧୀନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ ଆରମ୍ଭ ହୋଇଛି। ରାମାୟଣ ଏକ୍ସପ୍ରେସ ପରେ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ। ମହାପ୍ରଭୁଙ୍କ ଗୌରବମୟ ପରମ୍ପରା, ସଂସ୍କୃତିର ପ୍ରଦର୍ଶନ କରିବ ଏକ୍ସପ୍ରେସ। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରିବ। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରିବ। ସେପଟେ, ଓଡ଼ିଶାରେ ଖୁବ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ।
ଦ୍ରୁତଗତିରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଖୁବ୍ ଶୀଘ୍ର ଆସିବ। ବନ୍ଦେ ଭାରତ ଏକ୍ସପ୍ରେସ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, UPA ସମୟରେ ଓଡ଼ିଶାକୁ ବର୍ଷକୁ ମାତ୍ର ୮ ଶହ କୋଟି ଟଙ୍କା ମିଳୁଥିଲା। ମୋଦୀ ସରକାର ଆସିବା ପ୍ରଥମେ ଡବଲ ଓ ତାପରେ ୪ ଗୁଣା ଓ ଏହି ବର୍ଷ ୧୦ ଗୁଣା କରି ୧୦ ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଉଛନ୍ତି ।
ତାହାର ଫଳ ଏବେ ଦେଖିବାକୁ ମିଳୁଛି । UPA ସରକାର ବେଳେ ଓଡ଼ିଶାରେ ବର୍ଷକୁ ୨୦-୩୦ କିମି ନୁଆ ରେଳ ଲାଇନ୍ ତିଆରି ହେଉଥିଲ । ଗତବର୍ଷ ୧୮୦ କିମି ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇଛି । ଏବର୍ଷ ବର୍ତ୍ତମାନ ସୁଦ୍ଧା ୨୩୦ କିମି ରେଳ ଲାଇନ୍ ସରିଗଲାଣି, ମାର୍ଚ୍ଚ ସୁଦ୍ଧା ୫୫୦ କିମି ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୩୨ ଷ୍ଟେସନର ଉନ୍ନତିକରଣ କାମ ଆଗେଇ ଚାଲିଛି । ଆଉ ୪ଟି ଷ୍ଟେସନର ପ୍ଲାନିଂ ଚାଲିଛି । ପୂରା ଓଡ଼ିଶାର ଯାହା ରେଲୱେ ପ୍ରକଳ୍ପ ବାକି ରହିଛି, ତାକୁ ଆଗେଇ ନେବାକୁ ପଦକ୍ଷେପ ନିଆଯାଇଛି ।
ଭୁବନେଶ୍ବର ଷ୍ଟେସନ ର ଡେଭଲମେଣ୍ଟ ତୀବ୍ର ଗତିରେ ଚାଳିଛି । କ୍ୟାମ୍ପ ଅଫିସ୍ ତିଆରି ଚାଳିଛି । କେବଲିଙ୍ଗ ଚାଳିଛି । କାମ ଆରମ୍ଭ ହୋଇସାରିଛି । ସେପଟେ, ମେଟ୍ରୋ ଟ୍ରେନକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍। ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଓଡ଼ିଶାରେ ହେବ ମେଟ୍ରୋ ଟ୍ରେନ୍ । ଏଯାଏଁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ବୋଲି ସେ କହିଛନ୍ତି।