ଶ୍ରୀମନ୍ଦିର ଖୋଲିବା ନେଇ ଜଗନ୍ନାଥ ସେନା ପକ୍ଷରୁ ସାଗର ସତ୍ୟାଗ୍ରହ ପ୍ରତିବାଦ କରାଯାଇଛି l ନିଜ ପେଟ ପାଟଣାକୁ ନେଇ ଚିନ୍ତିତ ଥିବା କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ଏହି ସତ୍ୟାଗ୍ରହହେ ସାମିଲ ହୋଇଛନ୍ତି । ଶ୍ରୀ ଜଗନ୍ନାଥ ସେନା ଏବଂ ଖୁଦ୍ର ବ୍ୟବସାୟୀ ଉଭୟ ସମୁଦ୍ର ଭିତରେ ପସି ପ୍ଲାକାର୍ଡ ଧରି ପ୍ରତିବାଦରେ କରିଛନ୍ତି l ମହାପ୍ରଭୁଙ୍କ ଶ୍ୱଶୁର ଘର ଚକ୍ରତୀର୍ଥ ମହୋଦଧିରେ ଏହି ବିକ୍ଷୋଭ କରାଯାଇଛି l ଖୁବଶୀଘ୍ର ଶ୍ରୀମନ୍ଦିର ଖୋଲିବା ନେଇ ଦାବି ଉଠିଛି l

ପୁରୀ: ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ବାଡ ସାଜିଛି କରୋନା । ସଂକ୍ରମଣ ବଢୁଥିବା ଯୋଗୁଁ ଶ୍ରମୀନ୍ଦିର ବନ୍ଦ କରାଯାଇଥିବାବେଳେ ଏବେ ସଂକ୍ରମଣ କମୁଛି । ତେବେ କ’ଣ ପାଇଁ ଶ୍ରୀମନ୍ଦିର ଖୋଲୁ ନାହିଁ । ଏନେଇ ଅଭିନବ ଉପାୟର ଜଗନ୍ନାଥ ସେନା ପକ୍ଷରୁ ପ୍ରତିବାଦ କରାଯାଇଛି ।

ଅର୍ଗସ ବ୍ୟୁରୋ: ବାଲିରୁ ବାହାରିଛନ୍ତି ବାଲି ଲୋକନାଥ । ମନ୍ଦିରକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଗଞ୍ଜାମ ଜିଲ୍ଲାରେ ଭରି ହୋଇ ରହିଛି ଅନେକ ଐତିହାସିକ ଶୈବପୀଠ । ଏଥି ମଧ୍ୟରେ ଗଞ୍ଜାମର ଋଷିକୁଲ୍ୟା ତଟ ମାଳିଜଗନ୍ନଥପୁରରେ ପାର୍କୃତିକ ସୌନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଅବସ୍ଥାପିତ ରହିଛି ବାଲି ଲୋକନାଥ ମନ୍ଦିର ।
ଏହି ମନ୍ଦିରକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ ଓ ଅନେକ ଲୋକକଥା । କିମ୍ବଦନ୍ତି ଅନୁସାରେ ପାରଳା ରାଜା ପୁରୀରୁ ଫେରୁ ଥିବା ସମୟରେ ମନ୍ଦିର ଚୁଡାରେ ଥିବା ଶିବଙ୍କ ତ୍ରିଶୂଳ ଘୋଡାର ଟାପୁରେ ବାଜି ଘୋଡ଼ା ପଡିଯାଇଥିଲା । ଆଉ ତାପରେ ରାଜାଙ୍କ ସୈନ୍ୟ ସାମନ୍ତ ଉକ୍ତ ଜାଗାକୁ ଖୋଳିବାକୁ ଲାଗିଥିଲେ । ଏବଂ ବାଲି ମଧ୍ୟରୁ ଏହି ମନ୍ଦିରକୁ ଖୋଳି ବାହାର କରିଥିଲେ । ସେବେଠାରୁ ଏଠାରେ ବାଲିଲୋକନାଥ ଭାବେ ପୂଜା ପାଉଛନ୍ତି ବାବା ମହାଦେବ ।
ଅନ୍ୟ ଏକ ପୁରାଣ କଥା ଅନୁସାରେ ପ୍ରଭୁ ରାମଚନ୍ଦ୍ର ଲଙ୍କା ଅଭିଯାନ ସମୟରେ ଏଠାରେ ବାଲିରେ ଲିଙ୍ଗ ସ୍ଥାପନ କରି ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ । ପାରଳା ରାଜା ଏହି ମନ୍ଦିରକୁ ଉଦ୍ଧାର କରିବା ପରଠାରୁ ୧୦୦ମାଳି ସେବାୟତଙ୍କ ଦ୍ଵାରା ଏଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଆସୁଅଛି ।
ତେବେ ଶହ ଶହ ବର୍ଷର ଏହି ପୁରାତନ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି । ମନ୍ଦିର ଚତୁଃପାର୍ଶ୍ୱରେ ଥିବା ବାଲି ଯୋଗୁଁ ମନ୍ଦିରଟି ପୋତି ହୋଇଯାଉଛି । ଯାହା ଦ୍ୱାରା ମନ୍ଦିରର ଶୋଭା ହ୍ରାସ ପାଉଛି । କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଏହି ମନ୍ଦିର ପରିଦର୍ଶନରେ ଯାଇଥିବାବେଳେ ମନ୍ଦିରର ଏପରି ଅବସ୍ଥା ଦେଖି ରଙ୍ଗକାର୍ଯ୍ୟ ପାଇଁ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ଏହାପରେ ଆଉ ସେମିତି କିଛି ମନ୍ଦିରକୁ ଅନୁଦାନ ମିଳିନାହିଁ । ତେବେ ପ୍ରତ୍ୟକ ଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ପର୍ଯ୍ୟଟକ ।
ଆହୁରି ପଢନ୍ତୁ ଓଡିଶା ଖବର...

ଅର୍ଗସ ବ୍ୟୁରୋ : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାରେ ପୁଣି ବାଜି ମାରିନେଇଛନ୍ତି ଛାତ୍ରୀ । +2 କଳାରେ ପାସ୍ ହାର 78.88 ପ୍ରତିଶତ ଥିବାବେଳେ ଝିଅ ପାସ୍ ହାର 85.66 ପ୍ରତିଶତ ଓ ପୁଅ ପାସ୍ ହାର 70.43 ପ୍ରତିଶତ ରହିଛି। କଳାରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ପାସ୍ ହାର 84.97 ପ୍ରତିଶତ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର 70.74 ପ୍ରତିଶତ ରହିଛି । କଳାରେ ମୋଟ 1 ଲକ୍ଷ 81 ହଜାର 869 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ 32,782 ଜଣ, ଦ୍ଵିତୀୟ ଶ୍ରେଣୀରେ 32,461 ଜଣ ଓ ତୃତୀୟ ଶ୍ରେଣୀରେ 1 ଲକ୍ଷ 16 ହଜାର 179 ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ + ୨ କଳାରେ ପାସ ହାର ୮୨. ୧୦ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର ୮୭. ୪୫ ପ୍ରତିଶତ ଓ ପୁଅଙ୍କ ପାସ ହାର ୭୫. ୦୮ ପ୍ରତିଶତ ରହିଥିଲା।
ଅଧିକ ପଢନ୍ତୁ : ବିଜ୍ଞାନରେ 96.41% ରେଜଲ୍ଟ ସହ ନୟାଗଡ ଆଗରେ
ସେହିପରି ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର୍ 67.48 ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ପୁଅଙ୍କ ପାସ୍ ହାର 64.23 ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳରେ ସର୍ବାଧିକ ପାସ୍ ହାର୍ 89.43 ପ୍ରତିଶତ ରହିଥିବାବେଳେ ଦେବଗଡ଼ର ସର୍ବନିମ୍ନ 39.47 ପ୍ରତିଶତ ପାସ୍ ହାର ରହିଛି । ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ 3860 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଚଳିତବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ 2 ଲକ୍ଷ 33 ହଜାର 855 ଛାତ୍ରଛାତ୍ରୀ ଓ ଧନ୍ଦା ମୂଳକ ଶିକ୍ଷାରେ 5088 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ଅର୍ଗସ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲାଣି 6 ଦିନ । ହେଲେ ମୃତଦେହ ଚିହ୍ନଟ ନେଇ ଲାଗି ରହିଛି ଦ୍ବନ୍ଦ୍ବ । ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ସମ୍ପର୍କୀୟ । କେଉଁ ମୃତଦେହ କାହାର ? କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ? ଭୁବନେଶ୍ବର ଏମ୍ସରେ ପରିବାର ଲୋକଙ୍କୁ ଚାଲିଛି ମୃତଦେହ ହସ୍ତାନ୍ତର । ଏମ୍ସରେ ୧୬୨ଟି ମରଶରୀର ଥିବା ବେଳେ ଫିଜିକାଲ ଭେରିଫିକେସନ ପରେ ଏମ୍ସ ପକ୍ଷରୁ ୮୦ଟି ମୃତଦେହ ହସ୍ତାନ୍ତର କରଯାଇଛି। ଆଉ ୮୨ଟି ମୃତଦେହକୁ ରଖାଯାଇଛି । 70ଟି ମୃତଦେହ କଣ୍ଟେନରରେ ଥିବା ବେଳେ ଆଉ 12ଟି AIIMSର ଶବଗୃହରେ ଅଛି।
ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ । କିଛି କ୍ଷେତ୍ରରେ ଗୋଟିଏ ଗୋଟିଏ ମୃତଦେହ ଲାଗି ଏକାଧିକ ଦାବିଦାର ବାହାରୁଛନ୍ତି । ଯେଉଁଥିପାଇଁ ଆରମ୍ଭ ହୋଇଛି ସମ୍ପର୍କୀୟଙ୍କର ଡିଏନଏ ନମୁନା ସଂଗ୍ରହ । ଭୁବନେଶ୍ବର ଏମ୍ସରେ ଏଯାଏଁ ୫୦ ଜଣଙ୍କ ଠାରୁ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଛି । ଯାହା ମଧ୍ୟରୁ ୨୯ଟି ସାମ୍ପଲକୁ ପରୀକ୍ଷଣ ପାଇଁ ଦିଲ୍ଲୀ ପଠାଯାଇଛି । ମୃତଶରୀର ଚିହ୍ନଟରେ ସମସ୍ୟା ସୃଷ୍ଟି ହେଲେ ଶେଷ ବିକଳ୍ପ ଡିଏନଏ ଟେଷ୍ଟ । ଶରୀର ଚୁଟି ଠାରୁ ନଖ ଯାଏଁ ଯେକୌଣସି ସ୍ଥାନରୁ ନମୁନା ନେଇ କରାଯାଇପାରିବ ଡିଏନଏ ଟେଷ୍ଟ । ଡିଏନଏ ଟେଷ୍ଟ ମାଧ୍ୟମରେ ଶତ ପ୍ରତିଶତ ପ୍ରମାଣିତ କରାଯାଇପାରିବ ।
ସେପଟେ ପରିବାର ଲୋକ ଗୋଟିଏ ମୃତଦେହ ଚିହ୍ନଟ କରୁଥିବା ବେଳେ ସେମାନଙ୍କୁ ଆଉ ଗୋଟିଏ ମୃତଦେହ ଦେଖାଯାଉଥିବାର ଅଭିଯୋଗ ହୋଇଛି । କଲିକତାରୁ ଆସିଥିବା ସବିଲା ମୂଲା କିଛି ଏଭଳି ଅଭିଯୋଗ କରିଛନ୍ତି । ସେ ମୁସଲିମ୍ ହୋଇଥିବା ବେଳେ ତାଙ୍କୁ ଜଣେ ହିନ୍ଦୁଙ୍କ ମୃତଦେହ ଦେଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
ଆହୁରି ପଢନ୍ତୁ ଓଡିଶା ଖବର...
