ଆହୁରି ପଢନ୍ତୁ ଓଡିଶା ଖବର...
ବ୍ରହ୍ମପୁର: ୬ ଫୁଟ୍ ଉପରକୁ ଉଠିବ ୨୫୦ ବର୍ଷର ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲ୍ଲା ରମ୍ଭାର ଜଗନ୍ନାଥ ମନ୍ଦିର ୬ ଫୁଟ୍ ଉପରକୁ ଉଠିବ । ଦୀର୍ଘ ୨୫୦ ବର୍ଷର ମନ୍ଦିର ହୋଇଥିବାବେଳେ ଏହା ଦିନକୁ ଦିନ ପୋତି ହୋଇ ଆସୁଥିଲା । ଆଉ ମନ୍ଦିରର ଏଭଳି ଅବସ୍ଥାକୁ ଦେଖି ସ୍ଥାନୀୟ ବାସିନ୍ଦା ଓ ମନ୍ଦିର କମିଟି ମନ୍ଦିରକୁ ୬ ଫୁଟ୍ ଉପରକୁ ଉଠାଇବା ନେଇ ନିଷ୍ପତ୍ତି ନେଇଛନ୍ତି । ଆଉ ଏଥିପାଇଁ ହରିୟଣାର ଏକ ୮ ଜଣିଆ ଟିମ୍ ଆସି ମନ୍ଦିରକୁ ଉଠାଇବା କାର୍ଯ୍ୟରେ ଲାଗିପଡିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।
ଅର୍ଗସ ବ୍ୟୁରୋ: ମନ୍ଦିରରୁ ସିରିଜ ଲୁଟ୍ । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା 3 ଟି ମନ୍ଦିରରୁ ବଲମ୍ବିତ ରାତିରେ ଦୁର୍ବୁତ ମାନେ ସିରିଜ୍ ଲୁଟ କରିଛନ୍ତି । ମା ମଙ୍ଗଳା ମନ୍ଦିର ରୁ ସୁନା ରୂପା , ବାସୁଳୀ ମନ୍ଦିରରୁ ତାଲା ଭଙ୍ଗୀ ଲୁଟ୍ କରିଥିବା ସୂଚନା ,ତାରେଣୀ ମନ୍ଦିର ରୁ ତାଲା ଭଙ୍ଗୀ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ଲୁଟିନେଇଥିବା ଅଭିଯୋଗ । ଖବରପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୩ଟି ମନ୍ଦିରରୁ ଚୋରି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁର୍ନିତ୍ତିଗ୍ରସ୍ତଙ୍କୁ ବିଜେଡିର ସମ୍ମାନ । ପୁଣି ସାମ୍ନାକୁ ଆସିଲା ବିଜେଡିର ଦୋ-ମୁହାଁ ଚରିତ୍ର । ରେମୁଣା ବିଧାୟକଙ୍କୁ ମିଛ ବହିଷ୍କୃତ ସତ ସମ୍ମାନ । ଗତ 21 ତାରିଖରେ ବିଜେଡି ପକ୍ଷରୁ ଏହି ପ୍ରେସ ରିଲିଜରେ ସ୍ପଷ୍ଟ ଲେଖା ଯାଇଛି ଯେ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ବହିଷ୍କୃତ କରାଯାଇଛି । ହେଲେ ବିଜେଡିରୁ ବହିଷ୍କୃତ ହୋଇ ବି ଦଳର ସାଂଗଠନିକ ବୈଠକରେ ଯୋଗ ଦେଇଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ।
ଗତକାଲି ରେମୁଣା ନିର୍ବାଚନମଣ୍ଡଳୀର ଭୀମପୁରାଠାରେ ବିଜେଡିର ସାଂଗଠନିକ ବୈଠକରେ ଯୋଗ ଦେଇ ଦଳ କିଭଳି ଆଗକୁ ବଢ଼ିବ, ସେ ସମ୍ପର୍କରେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକର ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ରେମୁଣା ବିଧାୟକଙ୍କୁ ଡକାଯାଇଥିବା ଜଣାପଡିଛି । ଯାହାର ଅଡିଓ ଓ ଭିଡିଓ ସାମ୍ନାକୁ ଆସିବା ପରେ ବାଲେଶ୍ବରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: