ପରେ ପୋଲିସ ସମ୍ପୃକ୍ତ ତତ୍କାଳୀନ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଥିଲା । ମାତ୍ର ଏହି ଅନିୟମିତତାରେ ଅନ୍ୟ ଯେଉଁ ସରକାରୀ ବାବୁ ଓ ରାଜନେତା ସାମିଲ ଥିଲେ ସେମାନେ ତଦନ୍ତ ପରିସର ବାହାରେ ରହିଛନ୍ତି । ଯାହାକୁ ବିରୋଧ କରି ଜଗତସିଂହପୁର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସବୁ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ଅନ୍ୟ ପଟରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ, ଜଗତସିଂହପୁର ଶାଖା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି ।
ପୋଲିସର ଏଭଳି ଅମାନିବିୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି । ସଂପୃକ୍ତ ଯନ୍ତ୍ରୀ ଜଣକ ନଭେମ୍ବର 30 ତାରିଖରେ ଅବସର ନେଇଥିଲେ । ଅନ୍ୟପଟେ ମାମଲାଟି ତଦନ୍ତଧିନ ଥିବା ବେଳେ ଚଳିତ ମାସ 3 ତାରିଖରେ ପୋଲିସ ସଂପୃକ୍ତ ଯନ୍ତ୍ରୀ ଅମୀୟ ଚାନ୍ଦ ମଲିକଙ୍କୁ ଗିରଫ କରିବାକୁ ବିରୋଧ ସହ ତୀବ୍ର ନିନ୍ଦା କରିଛି । ଏଥି ସହିତ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ । ଯଦି ଘଟଣାର ନିରପେକ୍ଷ ତଦନ୍ତ ନ ହୁଏ ତୀବ୍ର ଆନ୍ଦୋଳନ କରାଯିବା ନେଇ ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଚେତାବନୀ ଦେଇଛି ।