ସେମାନଙ୍କ କଥା ନ ମାନିବାରୁ ସୋନାଲିଙ୍କୁ ତାଙ୍କ ସ୍ବାମୀ ବାପ ଘରେ ଛାଡ଼ି ଆସିବା ସହିତ ଏକ ଲକ୍ଷ ଟଙ୍କା ଓ ଗର୍ଭ ନଷ୍ଟ କଲେ ଆସିବୁ ବୋଲି ଧମକ ଦେଇଥିଲେ । ଘଟଣାଟି କନକପୁର ଫାଣ୍ଡି ଅଞ୍ଚଳରେ ହୋଇଥିବା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ସୋନାଲିକୁ ଫାଣ୍ଡିକୁ ପଠାଇ ଦେଇଥିଲେ । ହେଲେ କନକପୁର ଫାଣ୍ଡି ଅଧିକାରୀ ସୋନାଲିକୁ ରାତି ୧୦ ଟା ପର୍ଯ୍ୟନ୍ତ ଅଟକ ରଖି ଏଇଠିରେ ସମାଧାନ ହେବ ବୋଲି କହିଥିଲେ । କିନ୍ତୁ ପରେ ସୋନାଲିଙ୍କ ସହିତ ତାଙ୍କ ମାଆ ଓ ଭାଇକୁ ଅଶାଳୀନ ବ୍ୟବହାର କରି ଫାଣ୍ଡିରୁ ତଡି ଦେଇଥିବା ଅଭିଯୋଗ ହୋଇଛି ।
1 ମାସର ଛୁଆକୁ ଧରି ଥାନାର ଦ୍ୱାରସ୍ଥ ହେଲେ ନୂଆବୋହୂ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଦେଉଳି ଗାଁରୁ ଯୌତୁକ ନିର୍ଯାତନାର ସାଂଘାତିକ ଅଭିଯୋଗ । ଏକ ମାସର ଛୁଆକୁ ଧରି ଥାନାର ଦ୍ୱାରସ୍ଥ ହେଲେ ମହିଳା । ଦେଉଳି ଗାଁର ଶୁଭେନ୍ଦୁ ରାଉଳ ୨୦୨୧ ମସିହା ଜୁନ୍ ମାସ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲାର କଙ୍ଗାରିସିଂ ଗାଁର ସୋନାଲି ରାଉତରାୟଙ୍କୁ ବିବାହ କରିଥିଲେ । ବାହାଘରର ଦୁଇମାସ ପରେ ସ୍ଵାମୀ, ଶ୍ବଶୁର, ଶାଶୂ ଯୌତୁକ ପାଇଁ ଦାବି କରିଥିଲେ । ଏକ ଲକ୍ଷ ଟଙ୍କା ଦାବି କରି ନାନା ପ୍ରକାରର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ସେତେବେଳେ ସୋନାଲି ଏକ ମାସର ଗର୍ଭବତୀ ଥିଲେ । ସୋନାଲିଙ୍କ ଗର୍ଭ ନଷ୍ଟ କରିବା ପାଇଁ ଶାଶୁ, ଶ୍ବଶୁର ଓ ସ୍ଵାମୀ ବାରମ୍ବାର ବାଧ୍ୟ କରୁଥିଲେ ।
Download Argus News App
