ଅନ୍ୟପଟେ ବୈବାହିକ ଜୀବନକୁ ନେଇ ବିବାଦ ଭିତରେ ଅଭିନେତା ଅନୁଭବଙ୍କ ଆସୁଛି ନୂଆ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟ । ଆଉ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବଙ୍କ ବାନ୍ଧବୀ ତଥା ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଏ ନେଇ ନିଜେ ଜାଗ୍ରତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଜାଗ୍ରତି କହିଛନ୍ତି, ପ୍ରଥମ ଥର ପାଇଁ ସେ ଏକ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟର ନିର୍ଦ୍ଦେଶନା ଦେଇଛନ୍ତି ।ଏହାସହ ପୋଷ୍ଟରେ ଜାଗ୍ରତି ଅନୁଭବଙ୍କୁ ପ୍ରସଂଶା କରିବାକୁ ଭୁଲିନାହାଁନ୍ତି । ସେ କହିଛନ୍ତି, ତୁମ ନାଁରେ ବହୁ ନିନ୍ଦା ଅପବାଦ ଶୁଣୁଛି ହେଲେ ତୁମର କାର୍ଯ୍ୟ ଏବଂ ପ୍ୟାସନ ଯୋଗୁ ତୁମେ ସଫଳ ହୋଇଛ ବୋଲି ଜାଗ୍ରତି ଅନୁଭବଙ୍କ ଉଦେଶ୍ୟରେ କହିଛନ୍ତି ।
ହିନ୍ଦୀ ସହ ଅନ୍ୟାନ୍ୟ ଭାଷାରେ ଏହି ଫିଲ୍ମ ସାରା ଦେଶରେ ବଡ ପରଦାରେ ରିଲିଜ ହେବ ଜାଗୃତିଙ୍କ ଏହି ନିର୍ଦ୍ଦେଶିତ ଏହି ଫିଲ୍ମଟି। ତେବେ ଦେଖିବାକୁ ବାକି ରହିଲା କି କେବଳ ଫିଲ୍ମ ଭିତରେ ଜାଗୃତି ଓ ଅନୁଭବଙ୍କ ସମ୍ପର୍କ ସିତିର ରହୁଛି କି ଆଗକୁ ଏହା କି ମୋଡ ନେଉଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।