ବିଜେଡି ବିଜୟରେ ଅର୍ଥ ବଡ଼ ଫ୍ୟାକ୍ଟର ହେଲା । ଯେତେବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ । ଝିଅ ବୋଲି ସମ୍ବୋଧିତ କରିନଥିଲେ । ରେକର୍ଡ଼ିଂ ଭିଡିଓ ଚଲେଇ ଦେଲେ । ନାରୀ ନିର୍ଯାତନାରେ ଓଡିଶା ଏକ ନମ୍ବର । ନାରୀକୁ ସମ୍ମାନ କଥା ଦେଖାଯାଉନାହିଁ । ଦାରିଦ୍ର୍ୟ, ଗରିବିରେ ବି ଓଡ଼ିଶା ଏକ ନମ୍ବର ।
କୌଣସି ବ୍ୟକ୍ତିଗତ ଆକ୍ଷେପ ହୋଇନାହିଁ । ପଦମପୁରର ଝିଅ, କଣାସର ବୋହୂ । ଏଥରେ ଅସତ୍ୟ କିଛି ନାହିଁ । ତାଙ୍କର ଚରିତ୍ର ସଂହାର କରାଯାଇନାହିଁ । ଏ ଫଳାଫଳ କିଛି ସନ୍ଦେଶ ଦେଉନାହିଁ । ଦେଢ଼ ବର୍ଷ ପାଇଁ ଭୋଟ୍ ଥିଲା । ଲୋକ ବୋଧେ ଭାବିଲେ ଯଦି ସରକାର ବଦଳିବ ନାହିଁ ।
ତାହେଲେ କାହିଁକି ସରକାର ବିରୁଦ୍ଧରେ ଯିବୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା । କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଇଗଲା । 2024ରେ ବ୍ୟାପକ ଲଢେଇ ହେବ । କଂଗ୍ରେସ ଓଡ଼ିଶା ରାଜନୀତିରୁ ବାହାରି ଗଲାଣି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।