ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଅନଶନ ସମୟରେ ଚମ୍ପୁଆ ଉପ କାରାଗାରର ୨ ଜଣ କର୍ମଚାରୀ ଶ୍ରୀକାନ୍ତ ବିଶ୍ଵାଳ ଓ ଦୁଷ୍ମନ୍ତ କୁମାର ନାଏକ, ଆଜି ଅସୁସ୍ଥ ହେବାରୁ ତାଙ୍କୁ ଚମ୍ପୁଆ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଦାବି ପୂରଣ ନ ହେବା ଯାଏଁ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ଜେଲ କର୍ମଚାରୀଙ୍କ କହିଛନ୍ତି ।
ସେମାନଙ୍କର ଦାବି ଗୁଡ଼ିକ ହେଲା - କାଗାରକ୍ଷୀଙ୍କ ଗ୍ରେଡ ପେ ୧୯୦୦ - ରୁ ୨୦୦୦/- ଓ ମୁଖ୍ୟ କାଗାରକ୍ଷୀଙ୍କ ୨୦୦୦/- ରୁ ୨୪୦୦/ ଟଙ୍କାକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମରେ କୋହଳ, ଖାଦ୍ୟ ଭତ୍ତା ୪୦୦/- ୧୪୦୦/- ଟଙ୍କାକୁ ବୃଦ୍ଧି ଏବଂ ୧୩ ମାସିଆ ଦରମା ବୃଦ୍ଧି ।