ଏହି ଚଢ଼ାଉ ସମୟରେ 4 ଜଣ ବ୍ୟକ୍ତି ବାଇକରେ ଦେଶୀ ମଦ ନେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲେ l ତେବେ ଆଜି ଏହି ଏହି ଚାରି ଜଣଙ୍କ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି l
ଦେଶୀ ମଦ ସହ ଚାରି ଜଣ ଗିରଫ

ଅର୍ଗସ ବ୍ୟୁରୋ : ଯାଜପୁର ରୋଡ଼ରେ ଅବକାରୀ ବିଭାଗ ପକ୍ଷରୁ କୋରେଇ ଏବଂ କଳିଙ୍ଗନଗର ଅଞ୍ଚଳରେ ଚଢ଼ାଉ l 150 ଲିଟର ଦେଶୀ ମଦ ସହ ଦୁଇ ବାଇକ ଜବଦ ଚାରି ଗିରଫ l ସୂଚନା ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ଅବକାରୀ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁଙ୍କ ନେତୃତ୍ୱରେ କୋରେଇ ଥାନା ରଗଡି, ତୁଳତୀ, କଡ଼ମା ଓ କଳିଙ୍ଗନଗର ଅଞ୍ଚଳର ସାହୁପୁର ଚଢ଼ାଉ କରିଥିଲେ l
Download Argus News App
