ଏହି ଆଲୋଚନାରେ ରାଜ୍ୟ ଶିକ୍ଷାନୀତି, ଯାଜପୁର ରୋଡ ରେଳ ଷ୍ଟେସନକୁ ଡିଭିଜନ କରିବା ଓ କଳିଙ୍ଗନଗର କଳକାରଖାନାରେ ବେକାରୀ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଆଦି ସମସ୍ୟା ଉପରେ ବୃଦ୍ଧିଜୀବି ମାନେ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହିତ ଆଲୋଚନା କରିଥିଲେ l ଏହି ବୃଦ୍ଧିଜୀବି ସମ୍ମିଳନୀରେ ବ୍ୟାସନଗର ପୌରପରିଷଦ ଓ କୋରେଇ ବ୍ଲକର ବରିଷ୍ଠ ନାଗରିକ, ଶିକ୍ଷାବିତ୍, ସମ୍ବାଦିକ, ଆଇନୀଜୀବୀ,ଓ ବିଜେପି ଦଳର କାର୍ଯ୍ୟକର୍ତା ଯୋଗଦେଇଥିଲେ l
ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ବୃଦ୍ଧିଜୀବିଙ୍କ ସହିତ ଆଲୋଚନା

ଅର୍ଗସ ବ୍ୟୁରୋ : ବ୍ୟାସନଗର ପୌରପରିଷଦ ସନ୍ତରା ସ୍ଥିତ ହୋଟେଲ ଡିୟୁପ୍ଲାଜାରେ ଜିଲ୍ଲା ବିଜେପି ପକ୍ଷରୁ ବୃଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଆଜି ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ କେନ୍ଦ୍ର ଆଦିବାସୀ ଜନକଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜିଲ୍ଲା ବିଜେପି ପ୍ରଭାରୀ ଶାରଧାପ୍ରସାଦ ଶତପଥି ଯୋଗଦେଇ ଜିଲ୍ଲା ବିଭିନ୍ନ ସମସ୍ୟାକୁ ନେଇ ବୃଦ୍ଧିଜୀବିଙ୍କ ସହିତ ଆଲୋଚନା କରିଥିଲେ l
Download Argus News App
