ଗରମ ଫୁଟିଲା ତେଲରେ ଛଣା ହୋଇ ପ୍ରସ୍ତୁତ ଥାଏ ଛେନା କାକରା, ଗୋଟାଏ ଖାଇଲେ ପେଟ ଭରେ ସିନା ହେଲେ ମନକୁ ମିଲେନି ଶାନ୍ତି, ଇଚ୍ଛା ହୁଏ ଆଉ ଗୋଟେ ଖାଇବା ପାଇଁ। ରଞ୍ଜ୍ଜୁ ଭାଇଙ୍କ ନାମରେ ଥିବା ଏହି ଦୋକାନ ଏବେ ପୁରୁଣା ହେଲାଣି ସତ,ହେଲେ ଦୋକାନ ଦାୟୂତ ବୁଝନ୍ତି ରଂଜୁ ଭାଇଙ୍କ ସାନ ଭାଇ ସରୋଜ ସାହୁ । ଦୀର୍ଘ ୧୫୦ ବର୍ଷରୁ ଆରମ୍ଭ ହୋଇଥିବା ରଞ୍ଜ୍ଜୁ ଭାଇଙ୍କ ଛେନା କାକାରା ଦୋକାନ ଛତିଆ ଅଞ୍ଚଳରେ ପ୍ରଥମ ସତ।
ହେଲେ ଏହା ବେଶ୍ କମ୍ ଦିନରେ ଭଲ ନାମ କରିବା ସହିତ ବେଶ୍ ପରିଚିତ ଓ ପ୍ରସଂଶା ସାଉଣ୍ଟି ସାରିଛି,ଦୋକାନ ମାଲିକ କୁହନ୍ତି କାକରା ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସାମଗ୍ରୀ ପ୍ରଥମେ ପାଣି ଗରମ ହୋଇ ଫୁଟା ଯାଏ,ଆବଶ୍ୟକ ଅନୁଯାୟୀ ଚିନି ଲୁଣ ପକାଇ ପରେ ପରେ ମଇଦା ପକାଇ ଜନ୍ତା ଯାଏ,ପରେ ଛେନା ପୁର ପ୍ରସ୍ତୁତ ପାଇଁ ଗୋଲ ମରିଚ ଗୁଜୁରାତି ଦେଶି ଛେନା ଆବଶ୍ୟକ ଥାଏ, ୟା ପରେ ଦହି ଛେନା ପୁର ପ୍ରସ୍ତୁତ ହୋଇ ଯନ୍ତା ମଇଦା କୁ ଗୋଲ ଗୋଲ କରି ତା ଭିତରେ ପୁର ମିଶାଇ କାକରା ପ୍ରସ୍ତୁତ କରାଯାଏ,ଗରମ ହୋଇଥିବା ତେଲରେ କାକରା ଛଣା ଯାଏ।
ପ୍ରସ୍ତୁତ ହୋଇଗଲା ରଞ୍ଜୂ ଭାଇଙ୍କ ଛେନା କାକରା, ଆସନ୍ତୁ କାକରା ଖାଇବା ତା ପରେ ମଜା ଜାଣିବା ଅହା କି ସ୍ଵାଦ। ସତରେ ବେଷ୍ଟ ରଞ୍ଜ୍ଜୁ ଭାଇଙ୍କ ସୁଆଦିଆ କାକରା,ଆପଣ ମାନେ ବି ହାତଛଡ଼ା କରନ୍ତୁ ନାହିଁ,ପରିବାର ଲୋକଙ୍କୁ ସାଙ୍ଗରେ ଧରି ପହଞ୍ଚି ଯାଆନ୍ତୁ ରଞ୍ଜ୍ଜୁ ଭାଇଙ୍କ କାକରା ଦୋକାନରେ। କାକରା ପ୍ରସ୍ତୁତ ହୋଇ ବସ ମାଧ୍ୟମରେ ମଧ୍ୟ ବାହାର ସ୍ଥାନକୁ ପଠାଯାଏ। ଦୋକାନ ମାଲିକ ଓ କାକରା ପ୍ରସ୍ତୁତ କରୁଥିବା ମିସ୍ତ୍ରୀ କଣ କୁହନ୍ତି ଶୁଣନ୍ତୁ।ସୁଆଦିଆ ଗରମ ଗରମ ନାଲି ନାଲି ଦିଶୁଥିବା ଛେନା କାକରା ପ୍ରତି କାହାର ବା ଲୋଭ ନ ହେବ,ଆସନ୍ତୁ ମିଳିମିଶି ମଜା ନେବା।
ଓଡିଶା ଖବର ଆହୁରି ପଢ଼ନ୍ତୁ ।