ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲାଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି, ସାମାଜିକ କର୍ମୀ ମଣ୍ଟୁ ଦାଶ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଯାଜପୁର ଗରିଆପୁର ୟୁ.ଜି. ଏମ. ଇ ସ୍କୁଲ ପରିସରରେ ଭିନ୍ନକ୍ଷମ ଦିବସ ପାଳନ

ଅର୍ଗସ ବୁରୋ: ଯାଜପୁର ଗରିଆପୁର ୟୁ.ଜି. ଏମ. ଇ ସ୍କୁଲ ପରିସରରେ ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ଆଜି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ନିମନ୍ତେ ଉଦିଷ୍ଟ ତାଲିମ ଥେରାପି ପରାମର୍ଶ କେନ୍ଦ୍ର ଉଦଘାଟନ ହୋଇଛି l ଆନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯାଜପୁର ଅତିରିକ୍ତ ଜ଼ିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଯୋଗଦେଇ ଏହି ଉତ୍ସବ କୁ ଉଦଘାଟନ କରିଥିଲେ l
Download Argus News App
