ସେପଟେ ପିହୁ ବାପାଙ୍କ କହିବ ଅନୁସାରେ ପୋଲିସ ତଦନ୍ତ ସଠିକ ଢଙ୍ଗରେ ନ କରି କଥାକୁ ଏଡେଇ ଯିବା ପାଇଁ ବାରମ୍ବାର ସେମାନଙ୍କୁ ହଇରାଣ କରୁଛି । ଏହାମଧ୍ୟରେ ପୋଲିସ ସ୍ଥାନୀୟ ଲୋକେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠେଇଛନ୍ତି । ପୋଲିସର ତଦନ୍ତ ଦିଗହରା ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହାସହ ପୋଲିସ ଚୋରକୁ ସୁରକ୍ଷା ଦେବା ପାଇଁ ଏହିପରି କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଯାଜପୁର କୁନି ଶିଶୁ ପିହୁ ନିଖୋଜ ଘଟଣା, ସନ୍ଦେହରେ ଦୁଇ ଜଣଙ୍କୁ ଉଠାଇ ନେଲା ବିଂଝାରପୁର ପୋଲିସ
ଯାଜପୁର: ଯାଜପୁର କୁନି ଶିଶୁ ପିହୁ ନିଖୋଜ ଘଟଣା । ସନ୍ଦେହରେ ଦୁଇ ଜଣଙ୍କୁ ଉଠାଇ ନେଲା ବିଂଝାରପୁର ପୋଲିସ । ପୋଲିସ ଉଠାଇ ନେଇଥିବା ଦୁଇଜଣ ହେଲେ ପିହୁ ମା ମୋନାଲିଶା ନାୟକଙ୍କ ମଉସା ସୁବାସ ଜେନା ଓ ତାଙ୍କ ପୁଅ ସୁନୀଲ ଜେନା । ସେମାନଙ୍କ ଘର ବିଂଝାରପୁର ଥାନା ରଣପୁର ଅଞ୍ଚଳରେ। ଗତ୭ମାସ ଧରି ନିଖୋଜ ଅଛି କୁନି ଝିଅ ପିହୁ । ବିଞ୍ଝାରପୁର ପୋଲିସ ପିହୁକୁ ଖୋଜିବାରେ ଅସଫଳ ରହିଛି । ଏହାରି ମଧ୍ୟରେ ପିହୁ ନିଖୋଜ ନେଇ ପୋଷ୍ଟର ମରା ଅଭିଯାନ ପୋଖରୀ ଶୁଖା ଅଭିଯାନ ସବୁ ସରିଛି ହେଲେ ଏଯାଏଁ କୌଣସି ସୁଫଳ ପାଇନି ପୋଲିସ ।
Download Argus News App
