ଅଧିକ ପଢ଼ନ୍ତୁ: କୁଆଡେ ଗଲା ପିହୁ, ଟେର ପାଉନି ପୁଲିସ
ଗତ ୨୦୨୦ ମସିହା ଅଗଷ୍ଟ ମାସ ୯ ତାରିଖରେ ଯାଜପୁର ବିଞ୍ଝାରପୁରରେ ନିଜ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପିହୁ ନିଖୋଜ ହୋଇଯାଇଥିଲା। ଏନେଇ ପିହୁଙ୍କ ମା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ମମାଲା ରୁଜୁ କରି ଚୁପ୍ ବସିଥିବା ଅଭିଯୋଗ ହୋଇଛି। ପିହୁ ଅପହରଣ ଘଟଣାରେ ନ୍ୟାୟ ପାଇଁ ଲଢେଇ ପରିବାର ତରଫରୁ ଯାଜପୁର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ନ୍ୟାୟିକ ବ୍ୟବସ୍ଥାର ଦ୍ଵାରସ୍ତ ହେଲାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ | ତେଣୁ ବାଧ୍ୟ ହୋଇ ଧାରଣା ଦେଇଛନ୍ତି ପିହୁ ମାଆଙ୍କ ସମେତ ନ୍ୟାୟ ପାଇଁ ଲଢେଇ ପରିବାର।
ଅଧିକ ପଢ଼ନ୍ତୁ: ପଥର ଆଗରେ ମୁଣ୍ଡ ବାଡେଇଲେ କଣ ହବ : ପିହୁ ମା