ଆଜି ଏହି ଟିମ୍ ପୂର୍ବାହ୍ନରେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚିଥିଲେ l ଏହି ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚି ଭାଇରାଲ ହେପାଟାଇଟିସ ରୋଗର କିଭଳି ଚିକିତ୍ସା କରାଯାଉଛି ଓ ରୋଗୀ ମାନଙ୍କୁ ଠିକ୍ ସମୟରେ ଭ୍ୟାକସିନ ଦିଆଯାଉଛି କି ନାହିଁ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟିଙ୍କ ସହିତ ଆଲୋଚନା କରିଛନ୍ତି l ଏଥିସହିତ ଏହି ରୋଗ କିଭଳି ମୂଳପୋଛ ହେଵ ସେଥିପାଇଁ କାର୍ଯ୍ୟ କରିବାକୁ ଅତିରିକ୍ତ ସଚିବ ଡାକ୍ତର ପ୍ରୀତି ମଦନ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ l ସ୍ବାସ୍ଥ୍ୟ ଟିମର ଏହି ଗ୍ରସ୍ତ ସମୟରେ ବରିଷ୍ଠ ଡାକ୍ତର ସୁଧାଂଶୁ ଶେଖର ବଳ, ଡାକ୍ତର ଅଙ୍କିତ ଶର୍ମା ଓ ଡାକ୍ତର ସୁଭାଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ l
ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ଗ୍ରସ୍ତ

ଅର୍ଗସ ବ୍ୟୁରୋ : ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ଗ୍ରସ୍ତ । ଭାଇରାଲ ହେପାଟାଇଟିସ ଚିକିତ୍ସାର କେନ୍ଦ୍ରୀୟ ସଚିବ କଲେ ସମୀକ୍ଷା l ସୂଚନା ଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଭାରତରୁ ଭାଇରାଲ ହେପାଟାଇଟିସ ରୋଗର ମୂଳପଛ କରିବାକୁ ଉଦ୍ୟମ ଆରମ୍ଭ ହେଇଛି l ତେବେ ଏହାର ସ୍ଥିତି ଓଡ଼ିଶାରେ କିଭଳି ଅଛି ସମୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଡାକ୍ତର ପ୍ରୀତି ମଦନଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରିଛନ୍ତି l
Download Argus News App
