ଉକ୍ତ ଅଂଚଳରେ ବାଲି ଚୋରା ଚାଲାଣ ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନୀ ହେବା ସହିତ ଅନେକ ପ୍ରଦ୍ୟୁଷଣ ହେଉଥିବା ଅଭିଯୋଗ ହୋଇଥିଲା l ପ୍ରଶାସନ ତରଫରୁ ବାଲି ଚୋରା ଚାଲାଣକୁ ରୋକ ଲଗେଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଚନ୍ଦ୍ରମୁଁ ପଂଚାୟତ ବାଣପୁର ଗାଁରେ ବିଳମ୍ବିତ ରାତିରେ ଚୋରା ବାଲି ଚାଲାଣକୁ ବନ୍ଦ କଲେ ଗ୍ରାମବାସୀ । ବାଣପୁର ଖରସ୍ରୋତା ନଦୀଶଯ୍ୟାରୁ ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରି ଆସୁଥିଲେ । ଏ ନେଇ ଗ୍ରାମବାସୀ ଗତକାଲି ବିଳମ୍ବିତ ରାତିରେ ବାଲି ଘାଟରେ ଥିବା ମେସିନ ଓ ଟ୍ରାକଟରକୁ ଜବତ କରି ବିଂଝାରପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି l
ଉକ୍ତ ଅଂଚଳରେ ବାଲି ଚୋରା ଚାଲାଣ ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନୀ ହେବା ସହିତ ଅନେକ ପ୍ରଦ୍ୟୁଷଣ ହେଉଥିବା ଅଭିଯୋଗ ହୋଇଥିଲା l ପ୍ରଶାସନ ତରଫରୁ ବାଲି ଚୋରା ଚାଲାଣକୁ ରୋକ ଲଗେଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ : ଆଜି ବୁଧବାର, ଆମିଷ ବାରି । ଟିକେ ମାଲ ପିଇବି ଓ ଖାଇବି ତା ପରେ ସ୍କୁଲ ଜିବି । ସେ କଣ ଜାଣିଥିଲେ କି ନିଶା ଏତେ ଜୋର ହେଇଯିବ ବୋଲି । ନିଶା ଏମିତି ହେଲା ଯେ ସ୍କୁଲ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୁର ବ୍ଲକ୍ ଅନ୍ତର୍ଗତ ଗରଗଡ଼ବାହାଳ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମୁଣ୍ଡା ପ୍ରଚୁର ମଦ୍ୟପାନ କରି ସ୍କୁଲ ପରିସରରେ ପଡିଥିବା ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଶିକ୍ଷକ ଜଣଙ୍କ ପ୍ରତିଦିନ ପ୍ରଚୁର ମଦ୍ୟପାନ କରି ସ୍କୁଲକୁ ଯାଆନ୍ତି ଏବଂ ଶିକ୍ଷାଦାନ କରିବା ତ ଦୂରର କଥା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗାଇଡ଼ କରିବାକୁ ଅକ୍ଷମ ହୋଇପଡନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସ୍କୁଲର ଅଭିଭାବକ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ବୁଧବାର ମଧ୍ୟ ସ୍କୁଲ ଆରମ୍ଭରୁ ବସନ୍ତ କୁମାର ମୁଣ୍ଡା ପ୍ରଚୁର ମଦ୍ୟପାନ କରି ବାନ୍ତି କରି ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ପରିସରରେ ପଡ଼ିଥିବା ଦେଖି କ୍ଷୋଭ ପ୍ରକାଶ କରିବା ସହ ବିଇଓଙ୍କ ନିକଟରେ ଅଭିଯୋଗ କରଛନ୍ତି । ତେବେ ସମୟକୁ ଅପେକ୍ଷା ଏ ସ୍କୁଲ ଭବିଷ୍ୟତ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଶିକ୍ଷା ବିଭାଗ କେବେ ପରିବର୍ତ୍ତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଯୁଗାନ୍ତକାରୀ ଅନୁଷ୍ଠାନ ସୃଷ୍ଟି ଜରିଆରେ ନିତାଙ୍କ ବ୍ୟାପକ ଅବଦାନର ସ୍ୱୀକୃତି ସ୍ୱରୂପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ସମ୍ମାନ ଗ୍ରହଣ କରିବା ଅବସରରେ ନିତା ଅମ୍ବାନି କହିଛନ୍ତି "ଏହି ସମ୍ମାନ କୁ ମୁଁ ଅତ୍ୟନ୍ତ ବିନମ୍ରତାର ସହ ଏବଂ ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗ୍ରହଣ କରୁଛି । ଜଣେ ରୋଟାରିଆନ ଭାବରେ ଏହା ମୋର ୨୫ତମ ବର୍ଷ ଏବଂ ଏହି ଯାତ୍ରାକୁ ମୁଁ ଆପଣମାନଙ୍କ ସାଙ୍ଗରେ ବେଶ ଉପଭୋଗ କରିଛି ।
ଧିରୁଭାଇ ଅମ୍ବାନି ୧୯୬୯ ମସିହାରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନି ପରିବାରର ରୋଟାରି ସହିତ ସମ୍ପର୍କ ଆରମ୍ଭ ହୋଇଥିଲା । ରିଲାଏନ୍ସ ଦ୍ୱାରା ମୁମ୍ବାଇରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହିତ ଦୃଢ ଭାବରେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ ।"
ଅର୍ଗସ ବ୍ୟୁରୋ : ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀକୁ ସମାଧାନ କରିପାରିଲେ ନାହିଁ ରାଜ୍ୟ ସରକାର । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିଛି, ୧ଲକ୍ଷ ୩୦ହଜାର ଶିକ୍ଷକ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଲଢୁଛନ୍ତି ଏବଂ ରାଜ୍ୟର ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଆଜି ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ବିଜେଡି ସରକାର ନିଜେ ଦାୟୀ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ଥ ହୋଇପଡିଛି ଏବଂ ଏହା ଏକ ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ । ଅନ୍ୟ ପଟେ ରାଜ୍ୟ ସରକାର ରୂପାନ୍ତରଣ ନାମରେ ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ଶିକ୍ଷକମାନଙ୍କ ଦାବି ସହ ଭାରତୀୟ ଜନତା ପାର୍ଟି ଏକମତ ଅଛି ବୋଲି ବିଧାୟକ ଶଙ୍କର ଓରାମ କହିଛନ୍ତି ।
ଅଧକ ପଢନ୍ତୁ ଓଡ଼ିଶା ଖବର
ନବୀନ ସରକାରରେ ଆଜି ସମାଜର ପ୍ରତ୍ୟେକ ଶ୍ରେଣୀ ଓ ବର୍ଗ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜରାସ୍ତାରେ ଆନ୍ଦୋଳନରତ । ହେଲିକପ୍ଟରରେ ରାଜ୍ୟ ସାରା ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ଶୁଣାଣୀ କରିଥିବା ରାଜ୍ୟ ସରକାରଙ୍କୁ ବିଧାନସଭା ସମ୍ମୁଖରେ ଧାରଣାରତ ହଜାର ହଜାର ସଂଖ୍ୟାର ଶିକ୍ଷକ ତଥା ଭିନ୍ନ ଭିନ୍ନ ଦାବି ନେଇ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିବାକୁ ସମୟ ନହେବା ଅତ୍ୟନ୍ତ ଲଜ୍ଜାଜନକ । ଶିକ୍ଷକଙ୍କ ଦାବିକୁ ବିଧାନସଭାରେ ଆଗତ କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ରାଜ୍ୟ ସରକାର ପଳାୟନପନ୍ଥୀ ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
ଆଜି ଲୋଏର ପିଏମ୍ଜିଠାରେ ଧାରଣା ସ୍ଥଳରେ ଧାରଣା ଦେଇଥିବା ଶିକ୍ଷକମାନଙ୍କ ବିଜେପିର ବିଧାୟକମାନେ ଆଲୋଚନା କରି ସେମାନଙ୍କ ସମସ୍ତ ଦାବିକୁ ଶୁଣିଥିଲେ ଓ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି କହିବା ସହିତ ଏହାକୁ ପୂର୍ଣ୍ଣସମର୍ଥନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଶ୍ରୀ ଓରାମ ଏବଂ ଶ୍ରୀ ସୂର୍ଯ୍ୟବଂଶୀଙ୍କ ସମେତ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ସୁଜିତ୍ କୁମାର ଦାସ୍, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।