ପରେ ଯାଜପୁରରେ ରାସ୍ତାକଡରୁ ଝରାଫୁଲର ମୃତଦେହ ଉଦ୍ଧାର ହୋଇଥିଲା । ଦୁଇ ଜଣ ଯୁବକ ଝରାଫୁଲର ମୃତଦେହ ଫିଙ୍ଗି ଦେଇଯାଇଥିବା ସେଠାକାର ସିସିଟିଭିରେ କଏଦ୍ ହୋଇଥିଲା । ପରେ ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ଝରାଫୁଲ ରହିଥିବା କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଘଟଣାରେ ଦୁଇ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିଲାବେଳେ ଓୟୋ ହୋଟେଲକୁ ସିଲ୍ କରିଥିଲା । ଆଜି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି ।
ଝରାଫୁଲକୁ କରାଯାଇଥିଲା ହତ୍ୟା ସ୍ପଷ୍ଟ କଲେ ଏସପି, ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ । ଝରାଫୁଲକୁ ହତ୍ୟା କରାଯାଇଥିବା କହିଲେ ଯାଜପୁର ଏସପି । ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ମୟୂରଭଞ୍ଜ ବାସିନ୍ଦା ଝରାଫୁଲ ଭୁବନେଶ୍ୱରରେ ରହି ରମାଦେବୀରେ ପାଠ ପଢୁଥିଲା । କୋରୋନା କଟକଣା ଯୋଗୁଁ ଘରକୁ ଯାଇଥିଲାବେଳେ ସାଙ୍ଗ ଜନ୍ମଦିନ ଯୋଗୁଁ ସେ ଭୁବନେଶ୍ୱର ଆସିଥିଲା । ପରେ ଆଉ ଘରକୁ ଫେରିନଥିଲା ।
ପଙ୍କରେ ପଇଚି ହାତ...

ଅର୍ଗସ ବ୍ୟୁରୋ: କଟକର ନାଳି ଆଉ ଗଳି କେତେବେଳୋ କାହାକୁ କ’ଣ ଦେଇଦେବ ଆଉ କେତେବେଳେ କାହାଠୁ କ’ଣ ନେଇଯିବ କିଏ ଜାଣିଛି। ତଥାପି ଏ ନାଳି ରୌପ୍ୟ ନଗରୀର ସଂସ୍କୃତି ଆଉ ରାଜନୀତି ସହ ଜଡିତ। ପ୍ରତିବର୍ଷ ଏ ହିଁ ପାଲଟେ ରାଜନୈତିକ କ୍ଷମତା କେନ୍ଦ୍ରର ପଶାପାଲି। ନାଳ ସମସ୍ୟା, ଡ୍ରେନ ସଫେଇ କାର୍ଯ୍ୟକୁ ନେଇ ସନ୍ତୁଳୀ ହେଉଥିବା ଆମ କଟକ ସହରର ଏବେ ଚର୍ଚ୍ଚା ଭିନ୍
Download Argus News App
