ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚାଲିଥିଲା ଜାମିଙ୍ଗ । ପ୍ରଥମ ଥର ପାଇଁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ କିଛି ସମୟ ପାଇଁ ସଙ୍ଗୀତମୟ କରିଦେଇଥିଲେ ଛାତ୍ରଛାତ୍ରୀ।
ହାତରେ ମ୍ୟୁଜିକାଲ ଇନ୍ସଟ୍ରୁମେଣ୍ଟ ଧରି ପ୍ରଥମେ ଭଜନ ଓ ପରେ ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଗୀତ ପରିବେଷଣ କରି ବିଶ୍ବବିଦ୍ୟାଳୟକୁ ସଙ୍ଗୀତମୟ କରିଦେଇଥିଲେ ଛାତ୍ରଛାତ୍ରୀ। ରେଭେନ୍ସା ସଙ୍ଗୀତ ପରିଷଦ ପକ୍ଷରୁ ଏହି ମାସ୍ ଜାମିଙ୍ଗର ଆୟୋଜନ କରାଯାଇଥିଲା।