ଉତ୍ତର କାଶ୍ମୀରର ବରମୁଲା ଜିଲ୍ଲାରେ ଏନ୍କାଉଣ୍ଟର । ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଆତଙ୍କବାଦୀ ପାଖରୁ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଗତ ଫେବୃଆରୀ 14ରେ ହାଇଥିବା ଆକ୍ରମଣ ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ଆତଙ୍କବାଦ ଖତମ କରିବା ପାଇଁ ଅପରେସନ ଜାରି ରଖିଥିଲେ । ଏବେସୁଦ୍ଧା 125 ଆତଙ୍କବାଦୀଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୀବନ ଗଲାଣି ।
ଗତ ମେ’ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଉଥିବା ଅପରେସନ ଅଲ୍ ଆଉଟ ମାଧ୍ୟମରେ 101 ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ତେବେ ଏବେସୁଦ୍ଧା 125 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ କେବଳ ଜୁନରେ 24 ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଛନ୍ତି ।
