ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ପରେ ଜଗନ୍ନାଥ ଆଡପପଣ୍ଡପକୁ ବିଜେ ହୋଇଛନ୍ତି।
ସୁସଜ୍ଜିତ ଶରଧାବାଲି କାନ୍ଦୁଛି। କହୁଛି ଆପଣ ଯେତେବେଳେ ଦିନେ ହେବ ଏଠାରେ ବସିଥିଲେ। ଦେବାଦେବୀ ସମସ୍ତେ ଆସିଥିଲେ ଆଉ ମୁଁ ଧନ୍ୟ ହୋଇ ଯାଇଥିଲି। ଆପଣ ମା’ କୋଳକୁ ପଳେଇବେ ମୁଁ ଆଉ ସହି ପାରୁନି, ପୁଣି ଆଉ ବର୍ଷେ। ଆପଣଙ୍କ ଆସିବା ବାଟକୁ ଚାହିଁ ବସିଥିବି।
ରଥ ଅଚଳ ହୋଇଯାଇଛି। ଅପେକ୍ଷା କରିଛି ବାହୁଡା ଦଶମୀକୁ ତମେ କେବେ ଆସିବ ତା ଉପରେ ବିରାଜମାନ ହେବ।
କୋଭିଡ଼ କଟକଣା ଯୋଗୁ ଭକ୍ତମାନେ ଚଳିତ ବର୍ଷ ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ବିନା ଭକ୍ତରେ ରଥଯାତ୍ରା ହେଉଥିବାବେଳେ ସେବାୟତମାନେ ରଥକୁ ଟାଣି ନେଇଥିଲେ।