ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାର ପ୍ରତିବାଦ କରି ଶୀଘ୍ର କ୍ଷତିପୂରଣ ଅର୍ଥ ପାଇବା ଦାବିରେ ଆଜି ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହଙ୍କ ନେତୃତ୍ୱରେ ବହୁ ଚାଷୀ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ତହସିଲ ଆକାଉଣ୍ଡକୁ ଜୱାଦ କ୍ଷତିପୂରଣ ବାବଦକୁ ୮ କୋଟି ୩୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ଚାଷୀଙ୍କୁ ପ୍ରଦାନ ନକରି ଏହାକୁ କିଛି ତହସିଲ କର୍ମଚାରୀ ଅଟକାଇ ରଖୁଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୁର୍ବରୁ ବାରମ୍ବାର ଅଭିଯୋଗ କରି କିଛି ଚାଷୀ ଏହି କ୍ଷତିପୂରଣ ଅର୍ଥ ପାଇଥିଲେ ମଧ୍ୟ ଆହୁରି ବହୁ ଚାଷୀ ସେମାନଙ୍କ କ୍ଷତିପୂରଣ ବାବଦ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଆଜି ଜୱାଦ କ୍ଷତିପୂରଣ ପାଇବା ଦାବିରେ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧରଣା ଦେବା ସହ ଦୁଇ ଦିନ ମଧ୍ୟରେ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ଜିଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହ, ବୋଲଗଡ଼ ବ୍ଲକ ସଂଯୋଜକ କାହ୍ନୁ ଚରଣ ବେହେରା । ନଚେତ ଆଗାମୀ ଦିନରେ ରାସ୍ତାରୋକ ଭଳି ପଦକ୍ଷେପ ନେବାକୁ ଚାଷୀ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବୋଲଗଡ଼ ତହସିଲଦାର ଘଟଣା ସମ୍ପର୍କରେ କହିଛନ୍ତି ଏବେ ଅମଲା ମାନଙ୍କ ଆନ୍ଦୋଳନ ପାଇଁ କାର୍ଯ୍ୟ କରିବାରେ ସମସ୍ୟା ହେଉଛି ଆମେ ତୁରନ୍ତ ଚାଷୀଙ୍କ କ୍ଷତିପୂରଣ ରାଶି ସେମାନଙ୍କୁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଓହରିଥିଲେ ଚାଷୀ ।