ସେ କହିଛନ୍ତି ଯେ, ଆପଣଙ୍କ ଭଳି ଅଫିସର ରହିବା ଦରକାର, କୁକୁରଙ୍କୁ ହଟାଇବା ଦରକାର, ପୋଲିସର କୁକୁର ପହଞ୍ଚି ପାରିଲେନି ଅରୁଣ ବୋଥ୍ରା ପହଞ୍ଚିଲେ। ମାନ୍ୟବର କୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ ଅରୁଣ ବୋଥ୍ରାଙ୍କ ପରି ଅଫିସର ନିଯୁକ୍ତ କରନ୍ତୁ ଓ ସନ୍ଧାନୀ କୁକୁରଙ୍କୁ ହଟାନ୍ତୁ।
ସୀମାରୁ ଯବାନଙ୍କ ବାର୍ତ୍ତା, ସନ୍ଧାନୀ କୁକୁର ହଟାଇ ବୋଥ୍ରାଙ୍କ ଭଳି ବେଶୀ ଘ୍ରାଣ ଶକ୍ତି ଥିବା ଅଫିସରଙ୍କୁ ରଖାଯାଉ

ଅର୍ଗସ ବ୍ୟୁରୋ: ପରୀ ମାମଲା ନେଇ ସୀମାରୁ ଅରୁଣ ବୋଥ୍ରାଙ୍କୁ ଜଣେ ଯବାନ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଓଡିଶା ପୋଲିସ, ଏସପି, ଓଡିଶା ପୋଲିସର କୁକୁର ମୃତଦେହ କେଉଁଠି ଅଛି ପହଞ୍ଚି ପାରିଲେ ନାହିଁ, ଆପଣ ଶୁଙ୍ଘି ଶୁଙ୍ଘି ପହଞ୍ଚି ପାରିଲେ। ଏହାର ମାନେ ଓଡିଶା ପୋଲିସରୁ କୁକୁର ହଟିବା ଦରକାର କାରଣ ଆପଣଙ୍କର ଶୁଙ୍ଘିବା ଶକ୍ତି ଅଧିକ ଅଛି। ସନ୍ଧାନୀ କୁକୁର , ଚିଲ, କାଉଙ୍କ ଠାରୁ ଆପଣଙ୍କ ଶୁଙ୍ଘିବା ଶକ୍ତି ଅଧିକା। ତେବେ ଏମାନେ କଣ ପାଇଁ ଓଡିଶାରେ ରହିବେ, ଓଡିଶା ନୁହେଁ ଭାରତରେ ଏମାନେ କାହିଁ ରହିବେ, ଏମାନଙ୍କୁ ଖାଦ୍ୟ ଦେଇ ରଖିବା କଣ ଦରକାର, କିଛି ତ ଲାଭ ନାହିଁ।
Download Argus News App
