ସେ କେମିତି ବିଧାନସଭା ଫେରିବେ ସେ କଥା ନିଜେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ସେ ଯେମିତି ଜନ ବିରୋଧୀ କାମ କରିଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବେନି। କିଏ ଜିତିବ କିଏ ହାରିବ ସେଇଟା ତାଙ୍କ ଉପରେ ନିର୍ଭର କରେନି। ହୁଏତ ସେ ବୁଥ କ୍ୟାପଚର, ସରକାରୀ କଳର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି । ତାଙ୍କର ଦୟାରେ ନୁହେଁ ଲୋକଙ୍କ ଦୟାରେ ଆସିଛୁ । ଲୋକ ପୁଣି ଦୟା କଲେ ଆସିବୁ ବୋଲି କହିଛନ୍ତି ଜୟନାରାୟଣ। ଜଣେ ସରକାରୀ ଅଫସିର ସୁପର୍ ଚିଫ୍ ମିନିଷ୍ଟର ହୋଇଛି।
କେହି ଯେମିତି ତାଙ୍କ ବିରୋଧରେ ନକୁହନ୍ତୁ ସେଥିପାଇଁ ସେ ସମସ୍ତଙ୍କୁ ମ୍ୟାନେଜ କରିଛନ୍ତି ବୋଲି କହିଛନ୍ତି ଜୟନାରାୟଣ। ସେହିପରି ବାଚସ୍ପତି ମଧ୍ୟ ପକ୍ଷପାତିତା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ଏମାନେ କଣ ଆମକୁ ମହିଳା ବିରୋଧୀ କହିବେ ଆମେ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ଜଣେ ମହିଳାଙ୍କୁ ରାଷ୍ଟ୍ରପତି କରିଛୁ ବୋଲି କହିଛନ୍ତି ଜୟନାରାୟଣ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: