ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ନିଶାନାରେ ଥିଲେ 5 T । 5-T କହିଲାମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି । 5-T ର ସବୁ ଜାଗାରେ ଆବଶ୍ୟକତା କଣ । ଜଣେ କହିଲେ 5-T ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ । 5-T ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ମୁଖ୍ୟମନ୍ତ୍ରୀଙ୍କ ଯଦି ସେ ଜଣେ ସଚିବ ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି । ସିଏମଓ କେମିତି ହେବେ ?
ସେହିପରି ମାନ୍ୟବର ସଦସ୍ୟ କହିଲେ ସେ କ୍ରୀତଦାସ । ସେ ଜାଗାରେ ଦ୍ୱାରପାଳ ହୋଇଥିଲେ । ଜଣେ ବିଧାୟକ ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ତାଙ୍କ ପିତା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ । ସେ ଯୋଉଁଭଳି ଭାବରେ କ୍ରୀତଦାସ କହିଲେ, ସେ ଲୋକଙ୍କ ପ୍ରତିନିଧି ଲୋକଙ୍କ କଥା ଆମେ ଉଠାଇବୁ କ୍ରୀତଦାସ କେମିତି ହେବୁ ? କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି । ବିଶ୍ୱରୁ ଉଠିଗଲାଣି । ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି । ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଯାହା ଅଧା ରହିଯାଇଛି ।
ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ ତେଣୁ ଚାଉଳର କଥା ଉଠାଇଲେ । ସେଥିପାଇଁ ବାଧା ଦିଆଗଲା ବୋଲି କହିଛନ୍ତି ଜୟନାରାୟଣ । ସେମାନେ ଚାଉଳ ଦେଉଥିଲେ, ତାଙ୍କୁ କିଏ ଚାଉଳ ଦେବାକୁ ମନାକଲା । ବନ୍ୟା, ବାତ୍ୟା ସବୁବେଳେ ଦିଆଯିବ ସେମିତି ମାନେ ନାହିଁ, କୋଭିଡ ଜନିତ ରିଲିଫ ଥିଲା ତାହା କମେଇକି ଦିଆଯାଉଛି । ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ ଟଙ୍କିକିଆ ଚାଉଳ ଦଉଥିଲେ ଏବେ ବି ଦିଅନ୍ତୁ ଆମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଜୟନାରାୟଣ ।
ଆହୁରି ପଢନ୍ତୁ ଓଡିଶା ଖବର...