ସୂଚନାଯୋଗ୍ୟ, ଗତକାଲି ଯାଜପୁର କୁଆଖିଆ ଅଞ୍ଚଳରେ ଦୁଇ ଜଣ ଯୁବକ ଝରାଫୁଲଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଯାଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ପହଞ୍ଚି ରାସ୍ତାକଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଅଭିଯୁକ୍ତ ଯୁବକ ମୃତଦେହ ଫିଙ୍ଗି ଦେଇ ଚାଲିଯିବାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ମୃତ ଯୁବତୀ ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ଭୁବନେଶ୍ୱର ରମାଦେବୀ କଲେଜର ଯୁକ୍ତ ତିନି ଛାତ୍ରୀ ଥିଲେ । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଥିବାବେଳେ ସଂପୃକ୍ତ ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।
ଆତ୍ମସମର୍ପଣ କଲେ ଝରାଫୁଲଙ୍କ ପୁରୁଷ ବନ୍ଧୁ

ଭୁବନେଶ୍ଵର: ଯାଜପୁରରେ ରମାଦେବୀ ଛାତ୍ରୀଙ୍କୁ ହତ୍ୟା ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ରାକେଶ ସ୍ଵାଇଁ ଆତ୍ମସମର୍ପଣ କରିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ସେ ଆତ୍ମସମର୍ପଣ କରିଛି। ଅଧିକ ତଦନ୍ତ ପାଇଁ ରାକେଶଙ୍କୁ ଯାଜପୁର ପୋଲିସ ନେବ । ସୂଚନା ଅନୁସାରେ, ସିସି ଟିଭିରେ ସ୍କୁଟି ପଛରେ ଥିବା ବ୍ୟକ୍ତି ରାକେଶ ସ୍ଵାଇଁ ।
Download Argus News App
