ବର୍ତ୍ତମନ ଗାଁ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ଝାଡ଼ଖଣ୍ଡୀ ହାତୀ । ପ୍ରତିବର୍ଷ ଝାଡଖଣ୍ଡ ରାଜ୍ୟର ଦଲମା ଅଞ୍ଚଳରୁ ଏହି ହାତୀପଲ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବେଶ କରିବା ସହ ବାରିପଦା ବାଲେଶ୍ବର ର ନିଳଗୀରି ପର୍ଯ୍ୟନ୍ତ ଯାତାୟାତ କରି ବ୍ୟାପକ ଫସଲ ନଷ୍ଟ କରିବା ସହ ଅନେକ ଧନ ଜୀବନ ମଧ୍ୟ ହାନି ଘଟାଇଥାନ୍ତି ।
42 ଟିକିଆ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ

ମୟୂରଭଞ୍ଜ: ବାଲେଶ୍ୱର ନୀଳଗିରି ପରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ 42 ଟିକିଆ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ । କଇଁଫୁଲିଆ, ଧଡାସାହି, ଟିକର ଗଡିଆ, ଗଡଗଡିଆ ଗାଁ ନିକଟରେ ଚାଷୀଙ୍କ ଏକର ଏକର ଧାନ ଫସଲ ଖାଇ ନଷ୍ଟ କରିଛନ୍ତି ହାତୀପଲ । ହାତୀଙ୍କୁ ଘୋଡାଇବାରେ ବେତନଟୀ ଏବଂ ବାରିପଥା ବନବିଭାଗ ଟିମ ପକ୍ଷରୁ ଉଦ୍ୟମ ଜାରି ରହିଛି ।
Download Argus News App
