କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳା ଅନ୍ତେବାସୀ ସାମିଲ ହୋଇଥିଲେ । ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ, ଜେଲର ସନ୍ତୋସିନି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପ୍ରୟାସ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଛି ଜେଲ ବିଭାଗ ।
ଅର୍ଗସ ବ୍ୟୁରୋ : ଗୀତା ପଢିବେ ଝାରପଡା ଜେଲ ଅନ୍ତେବାସୀ । ଜେଲ ଡିଜି ମନୋଜ ଛାବ୍ରାଙ୍କ ଅନୁମତି କ୍ରମେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଝାରପଡା ଜେଲ ପରିସରରେ ଅନ୍ତେବାସୀଙ୍କୁ ଗୀତା ବହି, ଜପାମାଳି ଓ ଭୋଗ ବାଣ୍ଟିଛନ୍ତି ଇସ୍କନ ମନ୍ଦିରର ସଦସ୍ୟ । ଅନୁମତି କ୍ରମେ ଆଜି ସକାଳୁ ପ୍ରାୟ ୨ ଘଣ୍ଟା ଧରି ଜେଲ ଅନ୍ତେବାସୀଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅମୃତବାଣୀ ଶୁଣାଇଥିଲେ ।
କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳା ଅନ୍ତେବାସୀ ସାମିଲ ହୋଇଥିଲେ । ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ, ଜେଲର ସନ୍ତୋସିନି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପ୍ରୟାସ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଛି ଜେଲ ବିଭାଗ ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: