ଅର୍ଗସ ବ୍ୟୁରୋ : ୭ ଦଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କାର୍ଯ୍ୟାଳୟ ଘେରାଉ । କିର୍ମିରା ସହର ମଧ୍ୟ ଦେଇ ବ୍ଲକ କାର୍ଯ୍ୟାଳୟ ଯାଏଁ ବିଜେପି କର୍ମୀମାନେ ଏକ ରାଲି କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ କରିବା ସହ ବ୍ଲକରେ ହେଉଥିବା ଦୁର୍ନୀତି ବନ୍ଦ କରାଯାଉ ବୋଲି ବିଜେପି ଦାବି କରିଛି l
ଅଧିକ ପଢନ୍ତୁ : ୧୨ ଦଫା ଦାବି ନେଇ ପ୍ରତିବାଦ କଲା ବିଜେପି
ଭୂମି ହୀନ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା, ରାସ୍ତାଘାଟ ପରିସ୍କାର, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କୁ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀକୁ ଆବାସ ବଣ୍ଟନ ଆଦି ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଏହି ଘେରାଉ କରାଯିବା ସହ ବ୍ଲକ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି ।