ସ୍ଥାନୀୟ ଅଂଚଳରେ ଦଳ ର ପୁରୁଣା ନେତ୍ରୀ ଭାବେ ଥିବା ସୁକାନ୍ତି ଜୟପୁରିଆ ଏବେ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସେ ଏ ନେଇ ଦଳ ର ସଭାପତି ନବିନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଶାରଦା ନାୟକ ଙ୍କ ପାଖକୁ ପତ୍ର ଲେଖି ନିଜର ଦାବି ଜଣାଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ ସେ ଦୀର୍ଘ ୨୨ ବର୍ଷ ରୁ ଉର୍ଦ୍ଧ ହେଲା ବିଜୁ ଜନତା ଦଳ ର ଜଣେ ସୁଦକ୍ଷ ନେତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ୨୦୦୭ ମସିହାରୁ ଲଗାତାର ଭାବେ ବିଭିନ୍ନ ସ୍ଥାନରୁ ନିର୍ବାଚନ ଲଢ଼ି ୨ ଥର ସରପଞ୍ଚ ଓ ୨ ଥର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଆସିଛନ୍ତି।
ଏବେ ସେ ଲଇକେରା ବ୍ଳକ ସାହାସପୁର ପଞ୍ଚାୟତ ର ସରପଞ୍ଚ ଭାବେ ଏବଂ ଜିଲ୍ଲା ବିଜୁଜନତା ଦଳ ର ସମ୍ପାଦକ ଭାବରେ ଦାୟିତ୍ଵ ତୁଲାଉଥିବା କହିଛନ୍ତି। ଏମିତି କି ୨୦୦୭ ମସିହାରେ ସରପଞ୍ଚ ଥିବା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରି ରାଷ୍ଟ୍ରପତି ପୁରସ୍କାର ମଧ୍ୟ ଲାଭ କରିଥିଲେ। ତେବେ ଦଳର ସଭାପତି ଯଦି ଟିକେଟ ଦିଅନ୍ତି ତେବେ ମୁଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି।