ଅଧିକ ପଢନ୍ତୁ : ଝାରସୁଗୁଡାରେ କାହା ମୁଣ୍ଡରେ ବନ୍ଧା ହେବ ବିଜୟ ସିରିପା ?
ସକାଳ ୮ ଟାରୁ ମତ ଗଣନା ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ୮.୩୦ ରୁ ଇଭିଏମ ବାଲାଟ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ ବୋଲି ସୂଚନା ମିଳିଛି । ସନ୍ଧ୍ୟା ୪ ଟା ରୁ ୬ ଟା ଭିତରେ ଫଳାଫଳ ଆସିପାରେ । ମତ ଗଣନାକୁ ତଦାରଖ କରିବା ଲାଗି ମତଗଣନା କେନ୍ଦ୍ରରେ ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ ବୋଲି ସିଇଓ ସୂଚନା ଦେଇଛନ୍ତି ।