
ଝାରସୁଗୁଡା: ଲୋକମାନଙ୍କୁ ନିଃସ୍ୱାର୍ଥପର ଭାବେ ସେବା କରିବା ଆଜି ସମୟରେ ଏକ କଠିନ ଵିଷୟ । ଅନ୍ୟମାନଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼େଇ ଥାନ୍ତି କିଛି ସମାଜ ସେବୀ ସଙ୍ଘଠନ । କୌଣସି ପ୍ରକାର ଲାଭ ନଥାଇ ମଧ୍ୟ ଆଗକୁ ଆସିଥାନ୍ତି ସାହାଯ୍ୟ କରିବା ପାଇଁ । ସେମିତି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଝାରସୁଗୁଡା ଜିଲ୍ଲାରେ।

ଝାରସୁଗୁଡା ମାରବାଡ଼ି ଯୁବାମଞ୍ଚ ପକ୍ଷରୁ ଏକ ପ୍ରୟାସ ଥିଲା ଯେ ଅଙ୍ଗହୀନ ଲୋକଙ୍କୁ ଅଙ୍ଗ ପ୍ରଦାନ କରିବା । ସେହି ପ୍ରୟାସକୁ ଆଖିରେ ରଖି ଏକ କୃତ୍ରିମ ଅଙ୍ଗ ପ୍ରତ୍ୟରୋପଣ ଶିବିରର ଗତ ୮ ତାରିଖରୁ ଆରମ୍ଭ କରାଯାଇଥିଲା । ସେହି ଶିବିର ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ଅଙ୍ଗହୀନ ଲୋକମାନେ ଆସି ନାଁ ପଞ୍ଜିକୃତ କରିଥିଲେ ।

ଏଥିରେ ପ୍ରାୟ ୧୨୦ ଜଣ ପଞ୍ଜିକୃତ କରିଥିଲେ ଏବଂ ୭୩ ଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି ବୋଲି ମାରବାଡ଼ି ଯୁବମଞ୍ଚର ସଭାପତି ଶ୍ରୀଯୁକ୍ତ ସଚିନ ସୂଚନା ଦେଇଛନ୍ତି। ଏଥିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବେ ଗ୍ରହଣ କରି ଅଙ୍ଗ ବିତରଣ କରିଥିଲେ । ଏଥିରେ ଅନ୍ୟାନ୍ୟ ଅନୁଷ୍ଠାନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଏହିପରି ପ୍ରୟାସ ଏବଂ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରୋଗୀମାନେ ।
