ଅର୍ଗସ ବ୍ୟୁରୋ: ହାସ୍ୟ ଅଭିନେତା ଯୋଗେଶ ଜୋଜାଙ୍କ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ଶାନ୍ତି ନଗର ସ୍ଥିତ ନିଜ ଷ୍ଟୁଡିଓରେ ଗତକାଲି ସଂଦ୍ଧ୍ୟାରେ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସହଯୋଗୀ ମାନେ ଯୋଯୋଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ ଚିକିତ୍ସାପାଇ ଭର୍ତ୍ତି କରିଛନ୍ତି। ଆତ୍ମହତ୍ୟା ଉଦ୍ୟମ କାରଣ ଅସ୍ପଷ୍ଟ ରହିଛି । ସେପଟେ କଣ ପାଇ ଜୋଜୋ ଥାନାରୁ ନିଜ କେଶ କୁ ଫେରାଇ ନେଲେ । ତାହା କେହି ଜାଣି ନାହାନ୍ତି । ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ପୋଷ୍ଟ କରିଛନ୍ତି ଜୋଜୋ। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଜୋଜୋ ଲେଖିଛନ୍ତି,ଏବେ ଦୁନିଆ ଛାଡି ଯିବା ପରେ ସତ ସମ୍ନାକୁ ଆସିବ ସେହି ସମୟରେ ଜୋଜୋ ନଥିବ। ସମସ୍ତେ ଭଲରେ ରୁହନ୍ତୁ ମାଁ ସମଲେଶ୍ଵରୀ ପାଖରେ ଏତିକି ପ୍ରାର୍ଥନ। ଏଭଲି ଆତ୍ମହତ୍ୟା ଉଦ୍ୟମ ପୁର୍ଵରୁ ନିଜ ୟୁଟୁବ ଆକାଉଣ୍ଟରେ ଲେଖି ପୋଷ୍ଟ କରିଥିଲେ ।
ତେବେ ମେଡିକଲାରେ ଅଛନ୍ତି ଜୋଜୋ। ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ଅଛି ତାହା ଜଣାପଡିନଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।