ମୋଟ ୭୭ ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ୬୯ ଟି ବ୍ୟକ୍ତିଗତ ଓ ୮ଟି ସାମୁହିକ ଅଭିଯୋଗ ଥିବା ଜଣାଯାଇଛି। ୮ଟି ଅଭିଯୋଗର ତତ୍କାଳ ଶୁଣାଣି କରାଯାଇଥିବା ବେଳେ ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଓ ଅନ୍ୟଟି ରେଡକ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ କରାଯାଇଥିଲା। ଏହି ଜନ ଶିବିର ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
ମାଓପ୍ରବଣ ଅଞ୍ଚଳରେ ଯୁଗ୍ମ ଜନଶୁଣାଣି ଶିବିର

ଅର୍ଗସ ବ୍ୟୁରୋ: ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାଏକ , ପାଟଣାଗଡ ଉପ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ପ୍ରମୁଖ ମଞ୍ଚାସିନ ହୋଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ।
Download Argus News App
