ଏହି ଗାଁରେ ଖୁଲୁମଖୁଲା ଦେଶୀ ମଦ ଦୀର୍ଘଦିନ ଧରି ରନ୍ଧା ହେଉଥିଲେ ମଧ୍ୟ ଅବକାରୀ ବିଭାଗ ସଂପୂର୍ଣ୍ଣ ବନ୍ଦ କରିପାରୁନାହିଁ। କିଛି ଦିନ ତଳେ ଏହି ଗାଁରେ ଜେସିବି ଲଗାଇ ମଦ ଭାଟି ବନ୍ଦ କରିଥିଲେ ମଧ୍ୟ ଦିନ କେଇଟାରେ ପୁଣି ଭାଟି ଚାଲୁଥିଲା। ମଦର ପରିମାଣ ଏତେ ଥିଲା ଯେ ଗାଁ ଦାଣ୍ଡରେ ବର୍ଷା ପାଣି ଭଳି ମଦର ବନ୍ୟା ଦେଖିବାକୁ ମିଳିଥିଲା।