ତାଙ୍କର ବଳିଷ୍ଠ ଉଦ୍ୟମରେ ଜିଲ୍ଲା ପ୍ରେସ ଫୋରମ, ଜିଲ୍ଲା ସାମ୍ବାଦିକ ମହାସଙ୍ଘ, ବରିଷ୍ଟ ସାମ୍ବାଦିକ ସଙ୍ଘ ଗଠନ କରାଯାଇଥିଲା । ଅନେକ ସମୟରେ ସାମ୍ବାଦିକମାନଙ୍କ ମଧ୍ୟ୍ୟରେ ଏକତା ବଜାୟ ରଖିବାରେ ସ୍ୱର୍ଗତ ଜେନାଙ୍କ ଉଦ୍ୟମ ଅବିସ୍ମରଣୀୟ ଥିଲା । ସ୍ୱର୍ଗତ ଜେନା ଦୀର୍ଘ ଦିନ ହେବ ମଧୁମେୟ ରୋଗରେ ପୀଡିତ ଥିଲେ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗତକାଲି ପୂର୍ବାହ୍ନରେ ରଘୁନାଥପୁର ବ୍ଲକ ବରଗୋଳ ସ୍ଥିତ ବାସ ଭବନରେ ମର ଶରୀରକୁ ଶତାଧିକ ଆତ୍ମୀୟ ସ୍ୱଜନ, କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ଶୋଭାଯାତ୍ରାରେ ଗ୍ରାମ ମସାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।