
ବୌଦ୍ଧ: ଦେଶକୁ କରୋନା ମୁକ୍ତ ପାଇଁ ରାଜସ୍ଥାନରୁ ପୁରୀ ଯାତ୍ରା । ଗୁରୁଣ୍ଡି ଗୁରୁଣ୍ଡି ତୁଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ରାଜସ୍ଥାନରୁ ପୁରୀ ଯାତ୍ରା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । କରୋନା କବଳରୁ ଦେଶକୁ ରକ୍ଷା କରିବା ପାଇଁ ରାଜସ୍ଥାନ କରୋଲୀ ଜିଲ୍ଲାରୁ ରାମ ସିଂ ନାମକ ଜଣେ ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି । ମନରେ ଦୃଢ଼ ବିଶ୍ୱାସ ସେ ନିଶ୍ଚେ ପୁରୀରେ ପହଞ୍ଚିବେ ।
ଖାଲି ପାଦ ଆଉ ହାତରେ ଗୋଟିଏ ପଥର ଆଉ କେବଳ ଗୋଟିଏ ତକିଆ । ତକିଆକୁ ପ୍ରଥମେ ରାସ୍ତା ଉପରେ ପକାଇ ଶୋଇ ପଡୁଛନ୍ତି ଓ ପରେ ହାତରେ ଧରିଥିବା ପଥରକୁ ଆଗକୁ ଗଢ଼େଇ ଦେଇ ପୁଣି ଉଠି ପଡୁଛନ୍ତି । ଯାତ୍ରା ସମୟରେ କେବଳ କରୋନା କଟକଣା ପାଇଁ ଛତିଶଗଡ଼ରେ ପୋଲିସ ଦ୍ୱାରା ମାଡ଼ ଖାଇଛନ୍ତି । ହେଲେ ବି ତାଙ୍କ ମନୋବଳ ଭାଙ୍ଗି ନାହିଁ । ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରବେଶ କଲା ଦିନୁ କୌଣସି ପ୍ରକାର ବାଧାବିଘ୍ନ ଆସିନାହିଁ । ତେବେ ଆଉ ୩ ମାସ ମଧ୍ୟରେ ପୁରୀରେ ପହଁଚିବେ ବୋଲି ସେ କହିଛନ୍ତି । ତେବେ କରୋନା ନାଶ କରିବାକୁ ରାମସିଂଙ୍କ ସାଥ ଦେଇଛନ୍ତି ଅନ୍ୟ ଚାରିଜଣ । ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ନିଜ ଭକ୍ତିପୁତ ଜଣାଇବାକୁ ସମସ୍ତ ବ୍ୟଗ୍ର ରହିଛିନ୍ତି ।
