ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ୨୦୨୩ ମସିହାରେ ଏ ପର୍ଯ୍ୟନ୍ତ ଓଟିଇଟି ପରୀକ୍ଷା ହୋଇ ନାହିଁ ବୋଲି ପିଲାଙ୍କ ଅଭିଯୋଗ, ଯାହା ଫଳରେ ପିଲାମାନେ ଚାକିରି ପାଇଁ ଆବଦେନ କରିବାରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଏ ବାବଦରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । BSE ପରୀକ୍ଷା କରାଇବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ନୋଟିସ ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟକାରିତା ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ରାଜ୍ୟରେ ଓଟିଇଟି ୨ୟ ପର୍ଯ୍ୟାୟ ପରୀକ୍ଷା କରାଗଲେ ଚାକିରି ପାଇଁ ଆବଦେନ କରିପାରିବେ ହଜାର ହଜାର ଛାତ୍ରଛାତ୍ରୀ କରିଛନ୍ତି ସରକାରଙ୍କୁ ନିବେଦନ ।