ROK THOK: ପୋଷା ଶୁଆଙ୍କ ଘୋଷା କଥା
ବଲଙ୍ଗିର: ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ପଟେଲ କଲୋନୀର ଆଦିବାସୀ ନାବାଳିକା ଲିଜାରାଣୀ ଧାରୁଆ ନିଖୋଜ ଘଟଣା । ଘଟଣାର ମାସେ ପରେ ମଧ୍ୟ ପୋଲିସର ହାତ ଖାଲି । ଲିଜାରାଣୀଙ୍କ ମାଆ ବାରମ୍ବାର ଥାନାକୁ ଦୌଡ଼ି ଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅନ୍ୟପକ୍ଷେ ପୋଲିସ ସହାୟତା ବଦଳରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।
ଗୋଟିଏ ପଟେ ସ୍ୱାମୀ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଥିବା ବେଳେ ଝିଅ ନିଖୋଜ ଘଟଣା ଲିଜାରାଣୀଙ୍କ ମାଙ୍କୁ ଅସହାୟ କରିଛି । ବିଭିନ୍ନ ସମୟରେ ଥାନାକୁ ଯାଇ ଗୁହାରି ଜଣାଇଲେ ପୋଲିସର ଦୁର୍ବ୍ୟବହାର ସହିବାକୁ ପଡୁଛି ବୋଲି ସେ ଅଭିଯୋଗ କରିଛନ୍ତି । ପୋଲିସ ଝିଅକୁ ଉଦ୍ଧାର ନ କଲେ ଆଗାମୀ ଦିନରେ ଆତ୍ମହତ୍ୟା କରିବି ବୋଲି ଅଭିଯୋଗ କରିଛନ୍ତି । ଏ ନେଇ କଣ୍ଟାବାଞ୍ଜି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।