ସୂଚନା ମୁତାବକ, ଗତ 28 ତାରିଖ ରାତିରେ ଜୈନିକ ନାବାଳିକା ଜଣଙ୍କ ଏକ ବାହାଘର ଭୋଜି ଖାଇ ଘରକୁ ଫେରୁଥିବାବେଳେ ଅଚାନକ 4 ଜଣ ଯୁବକ ଆସି ବାଇକ ଯୋଗେ ନାବାଳିକାକୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ସେଠାରେ ଛାଡି ଚାଲିଯାଇଥିଲେ । ଅଭିଯୋଗ ପରେ ଫିରିଙ୍ଗିଆ ପୋଲିସ 3 ଜଣକୁ ଗିରଫ କରିଛି ।
ନାବାଳିକାକୁ ଗଣଦୁଷ୍କର୍ମ; 3 ଗିରଫ

କନ୍ଧମାଳ : ନାବାଳିକାକୁ ଗଣଦୁଷ୍କର୍ମ କରି 3 ଜଣ ଗିରଫ । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଭୃଙ୍ଗିଯୋଡି ପଞ୍ଚାୟତ ଅଞ୍ଚଳରେ ଘଟିଛି। 4 ଜଣ ଯୁବକ ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରି ମୁର୍ମୁଷୁ ଅବସ୍ଥାରେ ଜଙ୍ଗଲରେ ଛାଡିଦେଇ ଚାଲିଯାଇଥିଲେ । ଏହି ଘଟଣାରେ ଫିରିଙ୍ଗିଆ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଅଛି ।
Download Argus News App
